fbpx

ଜୋତା ଓ ସାନିଟାରୀ ପ୍ୟାଡରେ ପରଷା ହୋଇଛି ଖାଦ୍ୟ, ଦେଖନ୍ତୁ କିଛି ଅଜବ ପ୍ଲେଟିଂ ଫଟୋ

Advertisement

ନୂଆଦିଲ୍ଲୀ: ସାଧାରଣତଃ ଆମେ ବିଭିନ୍ନ ନାମୀଦାମୀ ରେଷ୍ଟୁରାଣ୍ଟରେ ଦେଖିଛେ ଯେ ସେଠାକାର ଡାଇନିଂ ଠାରୁ ଆରମ୍ଭ କରି ପ୍ଲେଟିଂ ପର୍ଯ୍ୟନ୍ତ ସବୁ କିଛି ବହୁତ ସୁନ୍ଦର ଭାବରେ ସଜା ହୋଇଥାଏ । ସେମାନେ ଗ୍ରାହକ ମାନଙ୍କୁ ଖୁସି କରିବା ପାଇଁ ସୁନ୍ଦର ସୁନ୍ଦର ଅନ୍ଦାଜରେ ଖାଇବା ସର୍ଭ ବା ପରଷିଥାନ୍ତି । ହେଲେ ଆପଣ ମାନେ ପ୍ଲେଟ୍ ବ୍ୟତୀତ ଜୋତା, ସାନିଟାରୀ ପ୍ୟାଡ୍ ବା ମୋବାଇଲ୍ କଭର୍ ରେ ଖାଇବା ପରଷାଯାଇଥିବା ଦେଖିଛନ୍ତି କି ? ତାହେଲେ ଆଜି ଦେଖନ୍ତୁ । କିପରି ଭିନ୍ନ ଭିନ୍ନ ଅଜବ ଗଜବ ଜିନିଷରେ ଖାଇବା ପରଷା ଯାଉଛି ଗ୍ରାହକଙ୍କ ପାଇଁ । ସୋସିଆଲ ମିଡିଆରେ ବର୍ତ୍ତମାନ ଏହାର କିଛି ଫଟୋ ଏବେ ବେଶ୍ ଭାଇରାଲ୍ ହେଉଛି ।

ବିଶେଷ କରି ଫାଇଭ୍ ଷ୍ଟାର୍ ହୋଟେଲ ମାନଙ୍କରେ ଫୁଡ୍ ମେନୁ ଏବଂ ଫୁଡ୍ ଷ୍ଟାଇଲ୍ ଉପରେ ଜୋର୍ ଦିଆଯାଇଥାଏ । ଯଦ୍ୱାରା ସେମାନେ ଗ୍ରାହକ ମାନଙ୍କୁ ଆକୃଷ୍ଟ କରି ପାରିବେ । ହେଲେ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ରେ କିଛି ଅଜବ ପ୍ଲେଟିଂର ଫଟୋ ଭାଇରାଲ୍ ହେଉଛି । ଏହି ଫଟୋ ସବୁକୁ “ୱି ୱଣ୍ଟ ପ୍ଲେଟ୍ସ” ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ସେଥିରେ ଏପରି କିଛି ପ୍ଲେଟିଂ ଫଟୋ ରହିଛି ଯାହାକୁ ଦେଖିଲେ ଭୋକ ବଢ଼ି ପାରେ ଆଉ ପୁରାପୁରି ଭୋକ ସମ୍ପୂର୍ଣ୍ଣ ଭାବେ ମରି ବି ଯାଇପାରେ ।

ଏଯାବତ୍ ଆପଣ ମାନେ ଏରୋପ୍ଲେନ୍ ଉପରେ ଖାଦ୍ୟ ଖାଇଛନ୍ତି କି ? କିନ୍ତୁ ଏହି ଫଟୋରେ ଦେଖନ୍ତୁ କିପରି ଏରୋପ୍ଲେନ୍ ର ଏକ ମଡେଲ୍ ଉପରେ ଖାଦ୍ୟ ବଢ଼ାଯାଇଛି । ଯାହା ବେଶ୍ ନିଆରା ଲାଗୁଛି ।

ଏଥିସହିତ ଏହି ରେଷ୍ଟୁରାଣ୍ଟରେ ଆଇଫୋନ୍ କଭର୍ ଉପରେ ଖାଦ୍ୟ ସର୍ଭ କରଯାଇଛି । ଉକ୍ତ ଆଇଫୋନ୍ କଭର୍ ରୁ ଆପଣ ମାନେ ଖାଇବା ଆଣି ଖାଇପାରିବେ ।

ସାଧାରଣତଃ ଆମେ ମାନେ ଖାଦ୍ୟ ଏବଂ ପିଇବା ଉପଯୋଗୀ ଜିନିଷକୁ ଜୋତାଠାରୁ ଦୂରେଇ ରଖିଥାଉ । ହେଲେ ଏହି ରେଷ୍ଟୁରାଣ୍ଟରେ ଜୋତାରେ ଖାଇବା ପରଷାଯାଇଥାଏ । ଏଥିରେ ଫ୍ରେଞ୍ଚ ଫ୍ରାଇଜ୍ ସର୍ଭ କରାଯାଏ । ଏହା ଆପଣମାନଙ୍କୁ ଖୁବ୍ ଅଜବ ଲାଗିପାରେ ଏବଂ ଭୋକ ମଧ୍ୟ ମରି ବି ଯାଇପାରେ ।

 

ସପିଂ ମଲ୍ ମାନଙ୍କରେ ଅଧିକ ଜିନିଷ ଧରିବା ପାଇଁ ଆମେ ଚକ ଲାଗିଥିବା ଏକ ବାସ୍କେଟ୍ କୁ ବ୍ୟବହାର କରିଥାଏ । ହେଲେ ଏଠାରେ ଏହି ସପିଂ ବାସ୍କେଟ୍ ରେ କଫି ସର୍ଭ କରାଯାଏ । ଏହା ଆପଣ ମାନେ କେବେ ବି ଭାବି ବି ପାରି ନଥିବେ ।

ସେହିପରି ଜାପାନର ଏକ ରେଷ୍ଟୁରାଣ୍ଟରେ ସାନିଟାରୀ ପ୍ୟାଡ୍ ରେ ଡେଜର୍ଟ ସର୍ଭ କରାଯାଇଥାଏ । ଏହି ପରି ଭାବରେ ଅଜବ ଗଜବ ପ୍ଲେଟିଂ ବିଷୟରେ ଆପଣ ମାନେ କେବେ ଭାବି ବି ନଥିବେ ।

Get real time updates directly on you device, subscribe now.