fbpx

ବର୍ଷକରେ ୩୩ ହଜାରରୁ ଅଧିକ ଘୁଷୁରୀ ମରିଗଲେ ଏହି ରାଜ୍ୟରେ, ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ମିଜୋରାମରେ ଗତବର୍ଷ ରାଜ୍ୟରେ ଅତ୍ୟଧିକ ସଂକ୍ରାମ ଆଫ୍ରିକୀୟ ସ୍ୱାଇନ ଜ୍ୱର ବା ଏଏସଏଫ ପ୍ରକୋପ କାରଣରୁ ୩୩,୪୧୭ ଘୁଷୁରୀଙ୍କ ମୃତ୍ୟୁ ହୋଇଛି । ଏନେଇ ମିଜୋରାମ ସରକାରଙ୍କ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ମନ୍ତ୍ରୀ ଡାକ୍ତ ବେଚୁଆ ସୋମବାର ଦିନ ବିଧାନସଭାରେ ବିବୃତ୍ତି ଦେଇଛନ୍ତି । ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ସେ କହିଥିଲେ ଯେ, ଏଏସଏଫର ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୧୦,୯୧୦ ଘୁଷୁରୀଙ୍କୁ ମଧ୍ୟ ମରାଯାଇଥିଲା ।

ମନ୍ତ୍ରୀ କହିଛନ୍ତି ଯେ, ‘ଯେଉଁ ଲୋକମାନେ ଏଥିରେ ସଂକ୍ରମଣ ହେବାର ସମ୍ଭାବନା ରହିଛି, ସେମାନଙ୍କୁ ଚିହ୍ନଟ କରାଯାଉଛି । ଏଏସଏଫର ସଂକ୍ରମଣରୁ ମରିଥିବା ଘୁଷୁରୀ କାରଣରୁ ୬୦.୮୨ କୋଟିର କ୍ଷତି ହୋଇଛି । ମରାଯାଇଥିବା ଘୁଷୁରୀ ପାଇଁ କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ରାଜ୍ୟ ସରକାର । ଏହା ସହ ରାଜ୍ୟ ବିପର୍ଯ୍ୟ ପରିଚାଳନା ଓ ପୁନର୍ବାସ ବିଭାଗଠାରୁ ଗୋଟିଏ ଘୁଷୁରୀ ପାଇଁ ୩-୩ ହଜାର ଦାବି କରିଛନ୍ତି ।’

ମନ୍ତ୍ରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ରାଜ୍ୟରେ ଆଫ୍ରିକୀୟ ସ୍ୱାଇନ ଜ୍ୱରର ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ବର୍ଷ ଡିସେମ୍ବରରୁ ଏଏସଏଫ୍ କାରଣରୁ କୌଣସି ଘୁଷୁରୀର ମୃତ୍ୟୁ ହୋଇଥିବାର ସୂଚନା ମିଳିନାହିଁ ।

Get real time updates directly on you device, subscribe now.