ଯାଜପୁର ଟାଟା ଷ୍ଟିଲ୍‌ରେ ଅଘଟଣ: ଜଣେ ମହିଳା ସମେତ ୮ ଶ୍ରମିକ ଆହତ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଆଜି ଘଟିଯାଇଛି ଏକ ଅଘଟଣ । ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ୮ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଥିବା ଜଣାପଡିଛି।

ସମସ୍ତ ଆହତଙ୍କୁ ଊଦ୍ଧାର କରି ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଶ୍ରମକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନା ପାଇ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ତେବେ ଶ୍ରମିକମାନେ ପ୍ଲାଣ୍ଟର ଷ୍ଟିଲ୍ ମେଲ୍ଟିଂ ଦୋକାନରେ କାମ କରୁଥିଲେ। ହଠାତ୍ ଦୋକାନରେ ଏକ ବିସ୍ଫୋରଣ ଘଟି ଜଣେ ମହିଳା ସମେତ ଅତି କମରେ ଆଠ ଜଣ ଶ୍ରମିକ ଆହତ ହୋଇଥିଲେ । ଶ୍ରମିକମାନେ ପ୍ରାୟତଃ ପୋଡ଼ି ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଇସ୍ପାତ କାରଖାନାର ଏକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।