fbpx

ହାର୍ଟକୁ ସୁସ୍ଥ ରଖିବା ପାଇଁ ଡାଏଟରେ କରନ୍ତୁ ଏହି ୫ଟି ଫୁଡକୁ ସାମିଲ : ଜାଣି ନିଅନ୍ତୁ ଏହାର ଫାଇଦା

Advertisement

ନୂଆଦିଲ୍ଲୀ : ସାରା ଦୁନିଆରେ ଗତ କିଛି ବର୍ଷ ହେବ ହାର୍ଟଆଟାକର ରୋଗିଙ୍କ ସଂଖ୍ୟା ଲଗାତାର ବଢୁଛି । ସବୁଠାରୁ ଡରାଇବାର କଥା ଏହା ଯେ ଏହି ସମସ୍ୟା ବର୍ତ୍ତମାନ କମ ବୟସର ଲୋକଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳୁଛି । ଏହି ସମସ୍ୟାର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ, ଖାଇବା ପିଇବାର ଅଭ୍ୟାସ, ଡାଏଟ, ଅସୁସ୍ଥକର ଖାଦ୍ୟ ଖାଇବା, ମଦ୍ୟପାନ-ଧୂମ୍ରପାନ ସେବନ କରିବା ଏବଂ ବ୍ୟାୟାମର ନକରିବା ଆଦି । ଯଦି ଆପଣ ନିଜ ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ । ସୁସ୍ଥ ହାର୍ଟ ପାଇଁ ଆପଣ ଉତ୍ତମ ଖାଦ୍ୟ, ଫାଇବର, ଏଣ୍ଟିଅକ୍ସିଡେଟ, ଭିଟାମିନ ଏବଂ ମିନେରାଲ୍ସରେ ଭରପୁର ଏହି ପାଞ୍ଚଟି ଖାଦ୍ୟ ନିଶ୍ଚିତ ସାମିଲ କରନ୍ତୁ ।

ଜାଣି ନିଅନ୍ତୁ ଡାଏଟରେ କେଉଁ କେଉଁ ଖାଦ୍ୟ ଗ୍ରହଣ କରିବେ :
୧. ଗୋଟା ଶସ୍ୟ : ଓଟସ, ଗଜାମୁଗ, ବ୍ରାଉନ ରାଇସ, ମାଣ୍ଡିଆ ଭଳି ଶସ୍ୟରେ ଅଧିକ ଫାଇବର ଅଛି । ଏହା କୋଲଷ୍ଟ୍ରଲର ମାତ୍ରାକୁ କମ କରିଥାଏ ଏବଂ ହାର୍ଟକୁ ମଜବୁତ କରିଥାଏ । ଏଥିରେ ମ୍ୟାଗନେସିୟମ ଓ ପୋଟାସିୟମ ଭଳି ଖଣିଜର ମାତ୍ରା ଭରପୁର ମିଳିଥାଏ, ଯାହା ରକ୍ତଚାପକୁ କମ କରିଥାଏ ।

୨. ସବୁଜ ପରିବା : ଆପଣଙ୍କ ଶରୀର ସୁସ୍ଥ ରହିବା ପାଇଁ ସବୁଜ ପରିବା ନିତ୍ୟନ୍ତ ଆବଶ୍ୟକ । ହାର୍ଟର ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ପାଳଙ୍ଗ, ମେଥି, କଦଳୀ ଏବଂ ବ୍ରୋକଲି ଭଳି ସବୁଜ ପରିବା ଏବଂ ଶାଗକୁ ନିଜ ଡାଏଟରେ ସାମିଲ କରନ୍ତୁ । ଏହା ଆଣ୍ଟିଅକ୍ସିଡେଟସ୍‌ରେ ଭରପୂର ହୋଇଥାଏ, ଯାହା ଶରୀରକୁ ମୁକ୍ତ ରେଡିକଲ୍ସ ହେବା କ୍ଷତି ଠାରୁ ବଞ୍ଚାଇବାରେ ସାହଯ୍ୟ କରିବ । ଏଗୁଡିକ ହାର୍ଟ ରୋଗିଙ୍କ ସମସ୍ୟାକୁ କମାଇଥାଏ ।

୩. ସୋୟା ଫୁଡ : ସୋୟାବିନ ଖରାପ କୋଲଷ୍ଟ୍ରଲର ସ୍ତରକୁ କମ କରେ, ଯାହା ହାର୍ଟ ରୋଗିଙ୍କ ସମସ୍ୟା ବଢାଇଥାଏ । ଏହା ବ୍ୟତୀତ ସୋୟା ଫୁଡ ଭଳି ଟୋଫୁ ଏବଂ ସୋୟା କ୍ଷୀର ହାର୍ଟକୁ ସୁସ୍ଥ ରଖିଥାଏ । ଏଥିରେ କୋଲଷ୍ଟ୍ରଲ କମ କରିବା ଭଳୀ ପୋଷକ ତତ୍ୱ ରହିଥାଏ ଏବଂ ସୁସ୍ଥ ସବଳ ରଖିଥାଏ ।

୪. ଡ୍ରଏ ଫ୍ରୁଟ ଏବଂ ମଞ୍ଜ : ହାର୍ଟକୁ ସୁସ୍ଥ ରଖିବା ପାଇଁ ଡ୍ରାଏ ଫ୍ରୁଡସ୍ ଏବଂ ମଞ୍ଜି ଜାତୀୟ ଖାଦ୍ୟ ବହୁତ ଭଳ ଅଟେ । ବାଦାମ, ଅଖରୋଟ, ଚିୟା ମଞ୍ଜି ଏବଂ ଫ୍ଲେକ୍ସ ମଞ୍ଜି ଭଳି ଖାଦ୍ୟରେ ଏଣ୍ଟିଅକ୍ସିଡେଟ ଏବଂ ଖଣିଜ ରହିଥାଏ ଯାହା କି ଆମ ଶରୀରରେ ରକ୍ତ ଚାପର ପରିମାଣକୁ କମ କରେ ଏବଂ ହାର୍ଟକୁ ସୁସ୍ଥ ଓ ଉତ୍ତମ ରଖିଥାଏ ।

୫. କୋଳି : ଏଥରରେ ଅନେକ ପମ୍ପାଉଡସ ମିଳେ, ଯାହା ହାର୍ଟକୁ ସୁସ୍ଥରେ ରଖେ ଏବଂ କୋଲଷ୍ଟ୍ରଲର ପରିମାଣ କମ କରେ । ଜାମୁ, ବ୍ଲୁବେରୀ ଏବଂ ଷ୍ଟ୍ରବେରୀରେ ଏଥୋସାୟନିନ ନାମକ ତତ୍ୱ ରହେ । ଏହା ପିଗମେଣ୍ଟ ଶକ୍ତିଶାଳୀ ଏଣ୍ଟିଅକ୍ସିଡେଟର ରୂପରେ କାମ କରେ ଏବଂ ଶରୀରର ଇନଫ୍ଲାମେସନକୁ କମ କରିବାରେ ସାହାଯ୍ୟ କରେ, ଯାହା ହାର୍ଟ ରୋଗୀଙ୍କ ସମସ୍ୟାର ପ୍ରମୁଖ କାରଣ ଅଟେ ।

Get real time updates directly on you device, subscribe now.