fbpx

ରାଜ୍ୟରେ ଡେଙ୍ଗୁ ପ୍ରାଦୁର୍ଭାବ ବୃଦ୍ଧି; ଏହାକୁ ପ୍ରତିହତ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଗଲା ଏପରି ପଦକ୍ଷେପ

କଟକ : କଟକ ସହରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରାୟ ୬୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୬୬ ଜଣଙ୍କ ମଧ୍ୟରୁ ମହାନଗର ନିଗମ ଅଞ୍ଚଳରେ ୫୭ ଜଣ ଓ ଗ୍ରାମାଞ୍ଚଳରୁ ୧୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା କଟକ ଜିଲ୍ଲା ସ୍ୱାସ୍ଥ୍ୟର ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏ ବର୍ଷ କଟକ ବଡ଼ ଡାକ୍ତରଖାନା ପରିସରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ସିଡିଏମ୍‍ଓ ସୂଚନା ଦେଇଛନ୍ତି । ଏସ୍‍ସିବି ପରିସରରେ ଥିବା ହଷ୍ଟେଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ମଶାରୀ ଟାଙ୍ଗି ଶୋଇବା ସହ ଆଖପାଖ ଅଞ୍ଚଳରେ ଥିବା ବୁଦାଗୁଡ଼ିକୁ ସଫା କରାଯାଉଛି । ସେହିପରି ଅଳିଆ ଆବର୍ଜନା ଜମା ହୋଇଥିବା ସ୍ଥାନଗୁଡ଼ିକୁ ସଫେଇ କରାଯାଉଛି ।

ସେହିପରି ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ । ୧୮ ଜଣ ଜିଲ୍ଲା ତଥା ରାଜ୍ୟ ବାହାରର ଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୧ ହଜାର ୧୭୭ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି ।

ଭଦ୍ରକ ଜିଲ୍ଲାରେ ଡେଙ୍ଗୁ ନିରାକରଣ ନିମନ୍ତେ ଅନ୍ତର୍ବିଭାଗୀୟ ସମନ୍ୱୟତା ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସମୟରେ ହେଉଥିବା ବୈଠକରେ ଡେଙ୍ଗୁ ଚିହ୍ନଟ ପାଇଁ ପରୀକ୍ଷା, ଆଶା, ଅଙ୍ଗନୱାଡୀ କର୍ମୀମାନଙ୍କ ଜରିଆରେ ମଶାରୀ ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଗୁରୁତ୍ୱାରୋପ କରିଛନ୍ତି । ଡେଙ୍ଗୁର ନିୟନ୍ତ୍ରଣ ଓ ନିରାକରଣ ପାଇଁ ସିଏଚ୍‍ସି, ସବ୍‍ସେଣ୍ଟର ସ୍ତରରେ ସମନ୍ୱୟ ବୈଠକ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.