ବୁଲେଟ୍ ସ୍ପିଡରେ ବଢ଼ିବ ଭିଟାମିନ୍ ବି-୧୨, ସବୁଦିନ ସକାଳୁ ଖାଆନ୍ତୁ ଏହି ୩ଟି ଡ୍ରାଏଫ୍ରୁଟ୍ସ
କ'ଣ ଆପଣଙ୍କ ଶରୀରରେ ଭିଟାମିନ୍ ବି-୧୨ର ଅଭାବ ରହିଛି ? ତାହାଲେ ଏହି ୩ଟି ଡ୍ରାଏ ଫ୍ରୁଟ୍ସକୁ ବ୍ୟବହାର କରନ୍ତୁ। ଦେଖିବେ ଚୁଟକିରେ ସବୁ ଭଲ ହୋଇଯିବ। ଡାକ୍ତରଙ୍କ ପାଖକୁ ବି ଯିବାକୁ ପଡିବନି !
ନୂଆଦିଲ୍ଲୀ: ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ଭିଟାମିନର ଆବଶ୍ୟକତା ଥାଏ। ଆଉ ସେଥିପାଇଁ ଆପଣମାନେ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରନ୍ତି। ଯିଏ ଯେଉଁ ଉପାୟ ବତେଇଲା ତାର ବ୍ୟବହାର କରନ୍ତି।
ହେଲେ ଆପଣମାନେ ଜାଣିଛନ୍ତି କି ଆପଣଙ୍କ ହାତ ପାହାନ୍ତାରେ ସେ ସବୁ ଜିନିଷ ଅଛି। ଯାହାକୁ ବ୍ୟବହାର କରି ଆପଣ ନିଜ ଶରୀରକୁ ସୁସ୍ଥ ରଖିପାରିବେ। ବିଶେଷ କରି ଭିଟାମିନ୍ ବି-୧୨ ପାଇପାରିବେ।
ଭିଟାମିନ୍ ବୃଦ୍ଧି: ହଁ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ଭିଟାମିନର ଆବଶ୍ୟକତା ରହିଛି। ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି ଭିଟାମିନ୍ ବି-୧୨। କାରଣ ଭିଟାମିନ୍ ବି୧୨ର ଅଭାବ ହେଲେ ରକ୍ତହୀନତା ସୃଷ୍ଟି କରିପାରେ। ଏହା ସହିତ, ଝାପ୍ସା ଦୃଷ୍ଟି, ପାଚନ ସମସ୍ୟା, ହାତ ଏବଂ ପାଦରେ ଝିମ୍ଝିମ୍ ହେବା ଏବଂ କଥା କହିବାରେ ଅସୁବିଧା ହୋଇପାରେ।
ଯଦି ଆପଣ ମଧ୍ୟ ଭିଟାମିନ୍ ବି୧୨ ଅଭାବରେ ପୀଡ଼ିତ, ତାହାଲେ ଆପଣଙ୍କୁ ଔଷଧର ଆବଶ୍ୟକତା ନାହିଁ, ଆପଣଙ୍କୁ କେବଳ ଆପଣଙ୍କ ଖାଦ୍ୟରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।
ଭିଟାମିନ୍ ଅଭାବରେ କେଉଁ ଖାଦ୍ୟ ଖାଇବେ: ପ୍ରକୃତରେ, ଯେତେବେଳେ ଭିଟାମିନ୍ ବି-୧୨ ବିଷୟରେ ଆଲୋଚନା ହୁଏ, ପ୍ରଥମେ ନନ୍-ଭେଜ୍ କଥା କୁହାଯାଏ। କାରଣ, କୁକୁଡ଼ା, ମାଂସ ଏବଂ ଅଣ୍ଡାରେ ସର୍ବାଧିକ ପରିମାଣର ଭିଟାମିନ୍ ବି-୧୨ ମିଳିଥାଏ।
କିନ୍ତୁ ଏହା ନୁହେଁ ଯେ କେବଳ ଆମିଷ ଖାଦ୍ୟରେ ଭିଟାମିନ୍ ବି-୧୨ ଥାଏ। ଯଦି ଆପଣ ନିରାମିଷଭୋଜୀ ଏବଂ ଭିଟାମିନ୍ ବି-୧୨ର ଅଭାବକୁ ଦୂର କରିବାକୁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କ ଖାଦ୍ୟରେ ଏହି ୩ ପ୍ରକାରର ଡ୍ରାଏ ଫ୍ରୁଟ୍ସକୁ ଅନ୍ତର୍ଭୁକ୍ତ କରିପାରିବେ।
ପିସ୍ତା: ପିସ୍ତା ବାଦାମ ଭିଟାମିନ୍ ବି-୧୨ର ଏକ ଭଲ ଉତ୍ସ, ଯାହା ଶରୀରରେ ଶକ୍ତି ଏବଂ ଲାଲ ରକ୍ତ କଣିକା ଗଠନ ପାଇଁ ଜରୁରୀ। ପିସ୍ତା ବାଦାମକୁ ନାସ୍ତାରେ ଖାଇହେବ କିମ୍ବା ଅନ୍ୟ ଜିନିଷ ସହିତ ମିଶାଇ ଖାଇହେବ।
ଅଞ୍ଜୀର: ଫାଇବର, ଆଇରନ୍, କ୍ୟାଲସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ସହିତ, ଭିଟାମିନ୍ ବି-୧୨ ମଧ୍ୟ ଅଞ୍ଜୀରରେ ଭଲ ପରିମାଣରେ ମିଳିଥାଏ। ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିବାରେ ସହାୟକ ହୋଇଥାଏ। ଆପଣ ଏହାକୁ ଅନେକ ଉପାୟରେ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ।
ଖଜୁରୀ: ଖଜୁର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏଥିରେ ଥିବା ଫାଇବର, ଆଇରନ୍, ମ୍ୟାଗ୍ନେସିୟମ୍ ଭଳି ଗୁଣ ଶରୀରକୁ ଅନେକ ଲାଭ ଦେବାରେ ସହାୟକ ହୁଏ। ଯଦି ଆପଣ ଏହାକୁ ପ୍ରତିଦିନ ସେବନ କରନ୍ତି, ତେବେ ଏହା ଭିଟାମିନ୍ ବି-୧୨ର ଅଭାବକୁ ଦୂର କରିବାରେ ସାହାଯ୍ୟ କରିପାରିବ। ଏହାକୁ ଅନେକ ଉପାୟରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରିବ।