fbpx

ଗର୍ଭଧାରଣ ପୁର୍ବରୁ ଓଜନ ବଢ଼ିବା ଦ୍ୱାରା ଶିଶୁ ଠାରେ ଆଲର୍ଜିକଜନିତ ରୋଗର ସମ୍ଭାବନା ଅଧିକ : ଅଧ୍ୟୟନ

ନୂଆଦିଲ୍ଲୀ: ଗର୍ଭଧାରଣ କରିବା ପୂର୍ବରୁ ମହିଳା ମାନଙ୍କୁ ସାବଧାନତାର ସହିତ ଚଳିବା ଦରକାର । ନିଜକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ ଯାହା ଶିଶୁକୁ ମଧ୍ୟ ହେଲଦି କରିବାରେ ସହାୟକ ହେବ । ଏସବୁ ତ ଆପଣ ମାନେ ଜାଣିଥିବେ । ହେଲେ ଏବେ ଏକ ନୁତନ ଅଧ୍ୟୟନ ସାମନାକୁ ଆସିଛି । ଯେଉଁଥିରେ ଦାବି କରାଯାଇଛି ଯେ, ଯଦି ମହିଳାମାନଙ୍କର ଗଭର୍ବତୀ ପୂର୍ବରୁ ମୋଟାପଣ ବଢ଼ିଯାଏ ଓ ଗର୍ଭଧାରଣ ସମୟରେ ଓଜନ ବଢ଼େ ନାହିଁ ତେବେ ଶିଶୁ ଉପରେ ଏହାର ଗମ୍ଭୀର ପ୍ରଭାବ ପଡେ ଅର୍ଥାତ୍ ଶିଶୁଠାରେ ଆଲର୍ଜିକ୍ ସମ୍ଭନ୍ଧିୟ ରୋଗର ଆଶଙ୍କା ବଢ଼ିଯାଏ ।

କାନାଡ଼ା ୟୁନିଭର୍ସିଟି ଅଫ୍ ଓଟାୱା ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ମୁତାବକ, ଯେଉଁ ମହିଳା ମାନେ ଗର୍ଭବତୀ ହେବା ପୂର୍ବରୁ ମୋଟାପଣର ଶିକାର ହୋଇଥାନ୍ତି ସେମାନଙ୍କ ଶିଶୁ ଠାରେ ଆଲର୍ଜି ଜନିତ ରୋଗ ଦେଖାଦେବାର ସମ୍ଭାବନା ଅଧିକ ରହିଛି । ଖାଲି ସେତିକି ନୁହେଁ ଆସ୍ଥାମା ଭଳି ରୋଗ ମଧ୍ୟ ଶିଶୁଠାରେ ଦେଖାଇଥାଏ । କିନ୍ତୁ ଗର୍ଭଧାରଣ ପରେ ଯଦି ଓଜନ ବଢ଼ୁଛି ତେବେ ସେଥିରେ କୌଣସି ସମସ୍ୟା ନାହିଁ । ଏହି ଅଧ୍ୟୟନର ନିଷ୍କର୍ଷ ପେଡିଆଟ୍ରିକ୍ ଆଣ୍ଡ୍ ପେରିମେଟାଲ୍ ଏପିଡେମିଓଲୋଜି ଜର୍ନାଲରେ ପ୍ରକାଶ ପାଇଛି ।

ତେବେ କାନାଡ଼ାର ୩୦ ପ୍ରତିାତ ଲୋକ ଆଲର୍ଜିକ୍ ରୋଗରେ ପୀଡ଼ିତ ରହିଛନ୍ତି । ଖାଲି କାନାଡ଼ା ନୁହେଁ ବରଂ ବିଶ୍ୱବ୍ୟାପୀ ଲୋକଙ୍କ ଠାରେ ଆଲର୍ଜିକ୍ ଜନିତ ରୋଗ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହା ଦିନକୁ ଦିନ ମହାମାରୀର ରୂପ ନେବାରେ ଲାଗିଛି । ଯେଉଁ ମହିଳାମାନେ ଗର୍ଭବତୀ ପୁର୍ବରୁ ମୋଟାପଣର ଶିକାର ହୋଇଥାନ୍ତି ସେମାନଙ୍କ ଶିଶୁଙ୍କ ଠାରେ ଆସ୍ଥାମାର ଆଶଙ୍କା ୮ ପ୍ରତିଶତ ଅଧିକ ରହିଛି । ରିପୋର୍ଟରେ ଏହା ପ୍ରକାଶ ପାଇଛି ।

 

Get real time updates directly on you device, subscribe now.