fbpx

IND U19 vs AUS U19: ଧମାଲ କରିବେ ଟିମ୍ ଇଣ୍ଡିଆର ୱଣ୍ଡର ବୟ… କରିଛନ୍ତି ୪୯ ଶତକର ରେକର୍ଡ଼

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୧ରୁ ଭାରତ U19 ଏବଂ ଅଷ୍ଟ୍ରେଲିଆ U19 ମଧ୍ୟରେ ୩ଟି ଦିନିକିଆ ଏବଂ ଦୁଇଟି ୪ ଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଦୁଇ ଦଳ ମଧ୍ୟରେ ୩ଟି ଦିନିକିଆ ପୁଡୁଚେରୀ ଏବଂ ୪ ଦିବସୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ଏହି ସିରିଚ୍ ଶୃଙ୍ଖଳା ପାଇଁ ଦୁଇ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

ଭାରତ U19 ଏବଂ ଅଷ୍ଟ୍ରେଲିଆ U19 ମଧ୍ୟରେ ହେବାକୁ ଥିବା ୪ ଦିବସୀୟ ମ୍ୟାଚ୍ ପାଇଁ ବିହାରର ବୈଭବ ସୂର୍ଯ୍ୟବଂଶୀଙ୍କୁ ଇଣ୍ଡିଆ ଟିମରେ ସ୍ଥାନ ମିଳିଛି । ଗୋଟିଏ ବର୍ଷରେ ହୋଇଥିବା ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ବୈଭବ ମୋଟ୍ ୪୯ ଶତକ ହାସଲ କରିଛନ୍ତି । ୨୦୧୧ ମାର୍ଚ୍ଚ ୨୭ରେ ବିହାର ସମସ୍ତିପୁର ଜିଲ୍ଲା ମୋତିପୁରରେ ବୈଭବ ସୂର୍ଯ୍ୟବଂଶୀଙ୍କ ଜନ୍ମଗ୍ରହଣ କରିଥିଲେ । ପିଲାଦିନୁ ବୈଭବ କ୍ରିକେଟ ପ୍ରତି ଆକୃଷ୍ଟ ଥିଲେ । ମାତ୍ର ପାଞ୍ଚ ବର୍ଷ ବୟସରୁ ବୈଭବଙ୍କ ପିତା ତାଙ୍କୁ ନେଟ୍ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଏହା ପରେ ପାଟନା ସ୍ଥିତ ଜିସସ ଏକାଡେମୀରୁ ମନୀଷ ଓଝାଙ୍କ ଠାରୁ ବୈଭବ ତାଲିମ ପ୍ରାପ୍ତ କରିଥିଲେ । ରଣଜୀ ଟ୍ରଫିର ଶେଷ ସିଜିନରେ ତାଙ୍କୁ ବିହାର ପାଇଁ ଡେବ୍ୟୁ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଫାଷ୍ଟ କ୍ଲାସ୍ କ୍ରିକେଟରେ ତାଙ୍କ ପ୍ରଦର୍ଶନ କିଛି ଖାସ ରହିନାହିଁ । ସେ ଦୁଇଟି ମ୍ୟାଚରେ ହାରାହାରି ୭.୭୫ ସହ ୩୧ ରନ୍ ସଂଗ୍ରହ କରିଥିଲେ । ବର୍ତ୍ତମାନ ବୈଭବଙ୍କ ବାସ୍ତବ ବୟସକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ । କ୍ରିକ୍ ଇନଫୋ ରିପୋର୍ଟ ଅନୁଯାୟୀ ବୈଭବଙ୍କ ଜନ୍ମ ୨୦୧୧ ମାର୍ଚ୍ଚ ୨୭ରେ ହୋଇଥିବା ବେଳେ ବର୍ତ୍ତମାନ(ସେପ୍ଟେମ୍ବର ୧୬, ୨୦୨୪) ତାଙ୍କ ବୟସ ୧୩ ବର୍ଷ ୧୭୧ ଦିନ । କିନ୍ତୁ ଏକ ସାକ୍ଷାତକାରରେ ବୈଭବ କହିଥିଲେ କି ସେପ୍ଟେମ୍ବର ୨୦୨୩ରେ ତାଙ୍କୁ ୧୪ ବର୍ଷ ହୋଇଯିବ ।

ତେବେ ବୈଭବଙ୍କ ବୟାନ ଅନୁଯାୟୀ ଚଳିତ ବର୍ଷ ୨୩ ତାରିଖରେ ତାଙ୍କୁ ୧୫ ବର୍ଷ ହୋଇଯିବ । କହିରଖୁଛୁ ଗତ ବର୍ଷ ବୈଭବ ୪ଟି ଦେଶ ପାଇଁ ଅଣ୍ଡର-୧୯ ସିରିଜ୍ ସମୟରେ ଇଂଲଣ୍ଡ ଏବଂ ବାଂଲାଦେଶ ବିପକ୍ଷଷର ଅର୍ଦ୍ଧଶତକ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ସେ ରଣଜୀ ଟ୍ରଫି, ହେମନ୍ତ ଟ୍ରଫି, ଭୀନୁ ମାଙ୍କଡ୍‌(Vinoo Mankad) ଟ୍ରଫି, କୁଚ୍ ବିହାର ଟ୍ରଫି ଖେଳିଛନ୍ତି । କୁଚ୍ ବିହାର ଟ୍ରଫିରେ ସେ ଝାଡ଼ଖଣ୍ଡ ବିପକ୍ଷରେ ୧୨୮ ବଲରେ ୧୫୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ୨୨ଟି ଚଉକା ଏବଂ ୩ଟି ଛକା ସାମିଲ ରହିଛି ।

 

Get real time updates directly on you device, subscribe now.