ବିରାଟ କୋହଲି ହେଲେ ଦୁନିଆର ଏପରି ବ୍ୟାଟ୍ସମ୍ୟାନ, ସଚିନ ତେନ୍ଦୁଲକର ଏବଂ ରିକି ପୋଣ୍ଟିଙ୍ଗ ରହିଗଲେ ପଛରେ
ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ସେଞ୍ଚୁରୀ ମାରିବାରେ ବିଫଳ ରହିଛନ୍ତି, ହେଲେ ସେ ଏପରି କାରନାମା କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ କରିପାରିନାହାନ୍ତି।
ନୂଆଦିଲ୍ଲୀ: ଭାରତୀୟ ଟିମ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହୋଇଛି। ପ୍ରଥମେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆକୁ ଅଧିକ ରନ କରିବାକୁ ଦେଇନଥିଲେ।
ଏହାପରେ ବ୍ୟାଟ୍ସମ୍ୟାନମାନେ ୪୮.୧ ଓଭରରେ ଅଷ୍ଟ୍ରେଲିଆକୁ ଚାରି ୱିକେଟରେ ହରାଇ ଦେଇଥିଲେ। ଏହି ବିଜୟରେ ବିରାଟ କୋହଲିଙ୍କର ବଡ଼ ଭୂମିକା ରହିଛି। ଏହାରି ମଧ୍ୟରେ ବିରାଟ କୋହଲି ଯେଉଁ ରେକର୍ଡ କରିଛନ୍ତି ତାହା ଦୁନିଆର କୋଣସି ବ୍ୟାଟ୍ସମ୍ୟାନ କରିପାରିନାହାନ୍ତି।
କ୍ରିକେଟର ଭଗବାନ କହୁଥିବା ସଚିନ ତେନ୍ଦୁଲକର ଏବଂ ରିକି ପୋଣ୍ଡିଙ୍ଗ ମଧ୍ୟ କୋହଲିଙ୍କଠାରୁ ପଛରେ ରହିଛନ୍ତି।
ଆଇସିସି ନକ୍ ଆଉଟରେ ଏତିକି ରନ କଲେ କୋହଲି: ବିରାଟ କୋହଲି ନିଜର ଏହି ଇନିଂସରେ ୫ ଚୌକା ଲଗାଇଛନ୍ତି। ସେ ନିଜର ଶତକ ପୂରଣ କରିପାରିଥାଆନ୍ତେ, ହେଲେ ଏଥିରୁ ସେ ଓହରି ଗଲେ।
ହେଲେ ଏହା ପରେ ମଧ୍ୟ ଯେଉଁ କୀର୍ତ୍ତିନାମା ସେ କରିଛନ୍ତି, ତାହା ଦୁନିଆର କୌଣସି ବ୍ୟାଟ୍ସମ୍ୟାନ କରିପାରିନାହାନ୍ତି। ବିରାଟ କୋହଲି ଆଇସିସି ନକ୍ ଆଉଟରେ ୧୦୦୦ରୁ ଅଧିକ ରନ କରିଛନ୍ତି।
ଆଇସିସି ନକ ଆଉଟରେ ବିରାଟ କୋହଲି ୧୦୨୩ ରନ କରିସାରିଛନ୍ତି। ଏହି ତାଲିକାରେ ହଜାର ଛାଡିଦିଅନ୍ତୁ ୯୦୦ ରନ ମଧ୍ୟ କୌଣସି ବ୍ୟାଟ୍ସମ୍ୟାନ କରିନାହାନ୍ତି। ରୋହିତ ଶର୍ମା ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ସେ ୮୦୮ ରନ କରିବାରେ ସଫଳ ହୋଇଛନ୍ତି।
ନକ୍ ଆଉଟ୍ ତାଲିକାରେ ରିକୀ ପୋଣ୍ଟିଙ୍ଗ ୭୩୧ ରନ କରି ତୃତୀୟ ସ୍ଥାନରେ ଏବଂ ଚତୁର୍ଥ ସ୍ଥାନରେ ସଚିନ ତେନ୍ଦୁଲକର ଅଛନ୍ତି। ସେ ଏଥିରେ ୬୫୭ ରନ କରିଛନ୍ତି।