ଟିମ ଇଣ୍ଡିଆ ହାତରୁ ଖସୁଛି ବିଜୟ, ପନ୍ତ-ରାହୁଲଙ୍କ ପରେ ଏବେ ୱାଶିଂଟନ ବି ଆଉଟ୍‌

ୱାଶିଂଟନ ସୁନ୍ଦର ଆଉଟ୍‌

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜି ଟେଷ୍ଟ ମ୍ୟାଚ୍‌ର ପଞ୍ଚମ ଦିନ। ଭାରତୀୟ ଦଳକୁ ଜିତିବା ପାଇଁ 193 ରନ୍‌ର ଟାର୍ଗେଟ ଦେଇଛି ଇଂଲଣ୍ଡ।

ପନ୍ତ ଆଉଟ୍ ହେବା ପରେ ପାଭେଲିୟନ ଫେରିଥିଲେ। ଏହାପରେ କେଏଲ ରାହୁଲ ଆଉଟ୍ ହୋଇଛନ୍ତି। ପନ୍ତ ରାହୁଲଙ୍କ ପରେ ବର୍ତ୍ତମାନ ୱାଶିଂଟନ ସୁନ୍ଦର ମଧ୍ୟ ପାଭେଲିୟନ ଫେରିଛନ୍ତି।

ବିଜୟ ଟିମ୍ ଇଣ୍ଡିଆ ହାତରୁ ଖସୁଛି ବୋଲି ଚର୍ଚ୍ଚା ଚାଲିଲାଣି। ବର୍ତ୍ତମାନ ନୀତିଶ କୁମାର ରେଡ୍ଡୀ ଏବଂ ଜାଡେଜାଙ୍କ ହାତରେ ବିଜୟର ଭରସା ରହିଛି।

ରବୀନ୍ଦ୍ର ଜାଡେଜା ଏବଂ ନୀତିଶ କୁମାର ରେଡ୍ଡୀ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ରନ ଆସିବା ବନ୍ଦ ହୋଇଯାଇଛି ଏବଂ ପ୍ରେସର ବଢିଯାଇଥିବା ଦେଖିବାକୁ ମିଳିଛି। ଇଂଲଣ୍ଡର ଦ୍ରୁତ ବୋଲିଂ ସଂପୂର୍ଣ୍ଣ ଭାବେ ହେବୀ ରହିଛି। ଆଗାମୀ ଅଧ ଘଣ୍ଟା ଏହି ମ୍ୟାଚର ଫଳାଫଳ ଧାର୍ଯ୍ୟ କରିବ।