fbpx

Video: ଭାରତ ପାକିସ୍ତାନ ମ୍ୟାଚ୍ ପୁର୍ବରୁ ଭିଡିଓକୁ ନେଇ ଚର୍ଚ୍ଚା, ମହମ୍ମଦ ଶାମି ଏବଂ ଶାହୀନ୍ ଆଫ୍ରିଦିଙ୍କ ମଧ୍ୟରେ କ’ଣ ହେଲା ଆଲୋଚନା?

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି। ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ରହିଥିଲା। ସମାନ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ରହିଛି। ଏହି ଅବସରରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହା ଆଫ୍ରୀଦୀଙ୍କ ମଧ୍ୟରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଥିଲା।

ଦୁଇ ବୋଲର ନିଜ ନିଜ ଟିମର ସବୁଠାରୁ ଅନୁଭବି ବୋଲର ହୋଇଥିବା ବେଳେ ଦଳକୁ ଲମ୍ବା ସମୟ ପରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଶାହୀନ ଆହତ କାରଣରୁ ଏସିଆ କପରେ ଭାଗ ନେଇ ପାରି ନଥିଲେ। ସେହିପରି ଶାମ ଗତ ଟି-୨୦ ବିଶ୍ୱକପ ପରେ ଦଳରୁ ବାଦ୍ ପଡ଼ିଥିଲେ। ଟି-୨୦ ବିଶ୍ୱକପ ୨୦୨୨ ପାଇଁ ପ୍ରଥମେ ଶାମି ଷ୍ଟାଣ୍ଡବାଇ ଖେଳାଳି ଭାବରେ ସ୍ଥାନ ପାଇଥିଲ। ପରେ ଜସପ୍ରିତ ବୁମ୍ରା ଆହତ କାରଣରୁ ବିଶ୍ୱକପରୁ ବାଦ୍ ପଡ଼ିଥିଲେ ଏବଂ ସାମିଙ୍କୁ ତାଙ୍କ ଯାଗାରେ ସ୍ଥାନ ମିଳିଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ସାମି ପାକିସ୍ତାନୀ ବୋଲରଙ୍କୁ କିଛି ଟିପ୍ସ ଦେଉଛନ୍ତି। ଆଜି ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ୧୯ ତମ ଓଭର ପର୍ଯ୍ୟନ୍ତ ବୋଲିଂ କରିବା ସୁଯୋଗ ମିଳି ନଥିଲା। ତେବେ ଅଚାନକ ତାଙ୍କୁ ୨୦ତମ ଅର୍ଥାତ୍ ଶେଷ ଓବର ବୋଲିଂ ଦାୟିତ୍ୱ ଦିଆଯାଇଥିଲା। ଶେଷ ଓବରରେ ଅଷ୍ଟ୍ରେଲିଆକୁ ୧୧ ରନ୍ ଆବଶ୍ୟକ ହେଉଥିବା ବେଳେ ସାମି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଉପରେ ଷ୍ଟ୍ରାଇକ୍ କରିଥିଲେ। ସାମି ୧୧ ରନ୍ ରୋକିବାକୁ ଯାଇ ଅଷ୍ଟ୍ରେଲିଆର ୩ଟି ଉଇକେଟ୍ ହାସଲ କରିଥିଲେ। ଭାରତ ଏହି ମ୍ୟାଚକୁ ୬ରନ୍ ରେ ଜିତି ନେଇଥିଲା।

Get real time updates directly on you device, subscribe now.