fbpx

IND VS PAK: କିଏ କରିବ ଏସିଆ କପ୍-୨୦୨୨ ଉପରେ କବ୍ଚା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଉଥିବା କ୍ରିକେଟ୍ ମ୍ୟାଚ୍ ସର୍ବଦା ଉତ୍ସାହଜନକ ରହି ଆସିଛି । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ରହିବା ସହ ଉଭୟ ଦେଶ ପୁଣିଥରେ ଆମ୍ନା ସାମ୍ନା ହେବାକୁ ଯାଉଛନ୍ତି । ତେବେ ଚଳିତ ମାସ ଅଗଷ୍ଟ ୨୮ତାରିଖରେ ଦୁବାଇ ଗ୍ରାଉଣ୍ଡରେ ଏସିଆ କପ୍ -୨୦୨୨ ର ଗ୍ରୁପ୍ ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଭେଟବା ସହ ଏହି ମ୍ୟାଚ୍ ସମଗ୍ର ବିଶ୍ୱ ନଜରରେ ରହିବ ।

ଭାରତର ପୂର୍ବତନ ଅଧିନାୟକ ବିରାଟ କୋହିଲି ଗତ କିଛି ଦିନ ହେବ ଖରାପ ସମୟ ଦେଇ ଗତି କରୁଛନ୍ତି । ସେ ଅଢେଇ ବର୍ଷ ଧରି ଶତକ ପୁରା କରି ଆସୁଥିବା ବେଳେ,ଗତ ପାଞ୍ଚମାସ ହେବ ୫୦ ରନ୍ ମଧ୍ୟ ପୁର୍ଣ୍ଣ କରି ପାରି ନାହାନ୍ତି । ଯାହାଫଳରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପେଟନ୍ ବିରାଟ କୋହିଲି ଏକ ମାସ ହେବ ବ୍ରେକ ନେଇଥିଲେ । ବର୍ତ୍ତମାନ ସେ ଏସିଆ କପ୍ -୨୦୨୨ ପାଇଁ ପୁରା ପ୍ରସ୍ତୁତ ଅଛନ୍ତି । ତେବେ ବିରାଟ କୋହିଲି ଙ୍କୁ ପାକିସ୍ତାନ ଯଦି ହାଲୁକା ରେ ନେବାକୁ ଚେଷ୍ଟା କରେ ତେବେ ଏହା ତାଙ୍କ ପାଇଁ ମହଙ୍ଗା ପଡି ପାରେ |

ଏସିଆ କପ୍ -୨୦୨୨ରେ ଭାରତୀୟ ଦଳ ପାକିସ୍ଥାନ ବିରୋଧରେ ପ୍ରଥମ ମ୍ୟାଚ୍ ଖେଳିବ । ଯାହାକି ଚଳିତ ମାସ ୨୮ ତାରିଖରେ ଦୁବାଇ ଗ୍ରାଉଣ୍ଡରେ ଆୟୋଜିତ ହେବ । ତେବେ ଏସିଆ କପ୍ ଇତିହାସରେ ଦ୍ୱିତୀୟ ଥର ପାଇଁ ଟି-୨୦ ଫର୍ମାଟରେ ଏହି ମ୍ୟାଚ୍ ହେବାକୁ ଯାଉଛି । ଯେଉଁଥିରେ ପ୍ରଥମ ଦିନରେ ହିଁ ଭାରତ ଓ ପାକିସ୍ତାନ ପରସ୍ପକୁ ଭେଟିବେ । ତେବେ ଏହି ଏସିଆ ଟି -୨୦ ମ୍ୟାଚ୍ ବିରାଟଙ୍କ ଟି -୨୦ କ୍ୟାରିୟରର ୧୦୦ ତମ ମ୍ୟାଚ୍ ହେବ, ଯାହାକୁ ସେ ସ୍ମରଣୀୟ କରିବାକୁ ଚେଷ୍ଟା କରିବେ । ବର୍ତ୍ତମାନ କେବଳ ସମୟ କହିବ ଯେ ୨୮ ଅଗଷ୍ଟରେ ଖେଳାଯିବାକୁ ଥିବା ଏସିଆ କପ୍ -୨୦୨୨ ଟି -୨୦ ମ୍ୟାଚରେ କେଉଁ ଦଳ ବାଜିମାତ୍ କରିବ ।

Get real time updates directly on you device, subscribe now.