fbpx

IND vs SA: ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଭାରତ ଜିତିବ: BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା

Advertisement

ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଭାରତ ଜିତିବ: ଉପାଧ୍ୟକ୍ଷ ରାଜୀବ ଶୁକ୍ଲା
ଓଡିଶା ଭାସ୍କର: ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଟ୍ୱେଣ୍ଟି- ଟ୍ୱେଣ୍ଟି ବିଶ୍ୱକପର ଫାଇନାଲ ଫାଇଟ ହେବ । ଯିଏ ଜିତିବ ତାହାକୁ ମିଳିବ ବିଶ୍ୱମୁକୁଟ । ବାରବାଡୋସରେ ଭାରତୀୟ ସମୟ ରାତି ୮ ଟାରେ ଏହି ମହାମୁକାବିଲା ଖେଳାଯିବ । ଉଭୟ ଦଳ ବିଶ୍ୱକପ ଟ୍ରଫି ନିଜର କରିବା ପାଇଁ ପଡିଆରେ ଜୀବନକୁ ଭୁଲି ବିଶ୍ୱକପ ବାଜି ଖେଳିବେ । ଇତିମଧ୍ୟରେ ବିଶ୍ୱକପକୁ ନେଇ ବିସିସିଆଇର ଉପାଧ୍ୟକ୍ଷ ଦୃଢତାର ସହ କହିଛନ୍ତି ଯେ, ଏଥର ବିଶ୍ୱକପ ଟ୍ରଫି ଆମର । ଭାରତ ଏଥର ଏହି ବିଶ୍ୱକପ ଜିତିବ । ବିଶ୍ୱକପରେ ଭାରତ ଲିଗ ମ୍ୟାଚରୁ ଦମଦାର ପ୍ରଦର୍ଶନ କରି ଅପରାଜୟ ରହିଛି । ଦିନିକିଆ ବିଶ୍ୱକପ, ଟିମ୍ ଇଣ୍ଡିଆ ଜିତୁ ଜିତୁ ହାରି ଯାଇଥିଲ; ମାତ୍ର ଏ ବିଶ୍ୱକପ ଆମର ବୋଲି ବିସିସିଆଇ ଉପାଧ୍ୟକ୍ଷ ପ୍ରକାଶ କରିଛନ୍ତି । ସେମିଫାଇନାଲରେ ରୋହିତବାହିନୀ ଇଂଲଣ୍ଡ ଭଳି ଦଳକୁ ହରାଇ ୨୦୨୨ ର ହିସାବ ବରାବର କରିଛି ଓ ଭାରତ ଏବେ ବହୁତ ଶକ୍ତିଶାଳୀ ଦଳ ବୋଲି ରାଜୀବ ଶୁକ୍ଲା କହିଛନ୍ତି ।

ରାଜୀବ ଆହୁରି କହିଛନ୍ତି ଯେ, ଭାରତର ବୋଲର ବହୁତ ଶକ୍ତିଶାଳୀ । ତାହା ସହ ଭାରତ ବ୍ୟାଟିଂ, ବୋଲିଂ ତଥା କ୍ଷେତ୍ରରକ୍ଷଣ ପ୍ରତିଟି କ୍ଷେତ୍ରରେ ମଜବୁତ । ପ୍ରତିଟି ବିଭାଗରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି । ରାଜୀବ ଆଶା ରଖିଛନ୍ତି ଏଥର ନିଶ୍ଚିତ ଭାବରେ ଭାରତ ବିଶ୍ୱ ବିଜେତା ହୋଇ ୧୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇବ ଆଇସିସି ଟ୍ରଫି ଜିତି । ଏଥିସହିତ ବିରାଟ କୋହଲିଙ୍କ ଫର୍ମକୁ ନେଇ ସେ କହିଛନ୍ତି ଯେ, ଗୋଟିଏ ଦଳର ସମସ୍ତ ଖେଳାଳି ସବୁ ସମୟରେ ଫର୍ମରେ ରହି ନ ପାରନ୍ତି । କୋହଲି ରନ ନ ବନାଇବା ଚିନ୍ତାର କାରଣ ନୁହେଁ ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ।

Get real time updates directly on you device, subscribe now.