fbpx

IND vs SA : ଅଭ୍ୟାସ ସମୟରେ ବିରାଟ କୋହଲିଙ୍କ କ୍ଲାସ୍ ନେଲେ କୋଚ୍ ଦ୍ରାବିଡ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୨୬ରୁ ସେଞ୍ଚୁରିୟାନର ସୁପର ସ୍ପୋର୍ଟ୍ସ ପାର୍କରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୨୬ରେ ଖେଳାଯିବ । ଭାରତ ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିନାହିଁ । ତେଣୁ କୋଚ୍ ରାହୁଲ ଦ୍ରାବିଡ ଏଥର ଇତିହାସ ବଦଳାଇବା ପାଇଁ କୌଣସି ତ୍ରୁଟି କରିବାକୁ ଚାହୁଁ ନାହାନ୍ତି । ଏଥିପାଇଁ ତାଙ୍କର ପୂରା ଫୋକସ ଦଳର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ବିରାଟ କୋହଲିଙ୍କ ଉପରେ ରହିଛି । ଗତ ଥର ୨୦୧୮ରେ ଯେତେବେଳେ କୋହଲି ସେଞ୍ଚୁରିୟାନର ସୁପର ସ୍ପୋର୍ଟ୍ସ ପାର୍କରେ ଟେଷ୍ଟ ଖେଳିବାକୁ ଓହ୍ଲାଇଥିଲେ, ସେ ୧୫୩ ରନର ଜବରରଦସ୍ତ ଇନିଂସ ଖେଳିଥିଲେ । ମାତ୍ର ବିରାଟଙ୍କ ଅଧିନାୟକତ୍ୱ ପାଳି ପରେ ବି ଭାରତ ୧୩୫ ରନରେ ଉକ୍ତ ଟେଷ୍ଟ ହାରିଥିଲା । ତେଣୁ କୋହଲି ଏଥର ହିସାବ ବରାବର କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଭାରତୀୟ ସେଞ୍ଚୁରିୟାନ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଖେଳାଳି ଝାଳବୁହା ଅଭ୍ୟାସ୍ ଚଳାଇଛନ୍ତି । ଏହି ସମୟରେ କୋଚ୍ ରାହୁଲ ଦ୍ରାବିଡଙ୍କ ମୂଳ ଧ୍ୟାନ ବିରାଟ କୋହଲିଙ୍କ ଉପରେ ରହିଛି । ସେ କୋହଲିଙ୍କୁ ବ୍ୟାଟିଂ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ବିସିସିଆଇ ଟ୍ୱିଟରରେ ସେୟାର କରିଛି । ଏଥିରେ କୋହଲି ନେଟରେ ବ୍ୟାଟିଂ କରୁଥିବା ବେଳେ ମଝିରେ ମଝିରେ ଦ୍ରାବିଡ ତାଙ୍କୁ ଟିପ୍ସ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ବିରାଟ ମଧ୍ୟ ବଡ ଧ୍ୟାନର ସହ ରାହୁଲଙ୍କ କଥା ଶୁଣୁଛନ୍ତି । ଭିଡିଓରେ ଚେତେଶ୍ୱର ପୂଜାରା, ଶ୍ରେୟସ ଆୟର ଓ ଋଷଭ ପନ୍ତ ମଧ୍ୟ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି ।

 

ଭାରତୀୟ ଦଳର ଗତ ଦକ୍ଷିଣ ଆଫ୍ରିକା ଗସ୍ତରେ ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ଥିଲେ । ସେ ୩ଟି ଟେଷ୍ଟରେ ୪୭ ହାରରେ ୨୮୬ ରନ କରିଥିଲେ । ଏଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ୍ । ଏହି ଗସ୍ତରେ ଭାରତ ୨-୧ରେ ଟେଷ୍ଟ ସିରିଜ୍ ହାରିଥିଲା । ବିରାଟ ଦକ୍ଷିଣ ଆଫ୍ରିକାରେ ଏ ପର୍ଯ୍ୟନ୍ତ ୫ଟି ଟେଷ୍ଟରେ ୫୫ ହାରରେ ୫୫୮ ରନ କରିଛନ୍ତି ।

Get real time updates directly on you device, subscribe now.