fbpx

୧୫ ବର୍ଷୀୟ ଝିଅକୁ ୯ ଦିନ ଧରି ଗଣଦୁଷ୍କର୍ମ: ୧୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍, ୨ଜଣଙ୍କୁ ୪ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଶନିବାର ଦିନ ରାଜସ୍ଥାନ କୋଟାର ଏକ କୋର୍ଟ ଜଣେ ୧୫ ବର୍ଷର ନାବାଳିକାକୁ ୯ ଦିନ ଧରି ଗଣବଳାତ୍କାର କରିଥିବା ୧୩ ଜଣଙ୍କୁ ୨୦ ବର୍ଷ ଏବଂ ଅନ୍ୟ ଦୁଇଜଣଙ୍କୁ ଚାରି ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ପୋକ୍ସୋ ଅଧିନିୟମ ଅନୁଯାୟୀ ସ୍ଥାପିତ ଏକ ସ୍ୱତନ୍ତ୍ର ଅଦାଲତର ମୁଖ୍ୟ ଥିବା ଅତିରିକ୍ତ ଅଧିବେଶନ ଜଜ୍ ଅଶୋକ ଚୌଧୁରୀ ଜଣେ ମହିଳାଙ୍କୁ ମଧ୍ୟ ଚାରି ବର୍ଷ ପର୍ଯ୍ୟନ୍ତ କଠୋର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମହିଳା ଜଣକ ନାବାଳିକାକୁ ଘରୁ ଅପହରଣ କରି ନେଇ ବିକ୍ରି କରିଦେଇଥିବା ଜଣାପଡ଼ିଛି ।

ଏହି ମାମଲାରେ ଅଦାଲତ ୧୬ ଜଣଙ୍କୁ ସଜ୍ଜା ଶୁଣାଇଛନ୍ତି । ଏହି ୧୬ଜଣଙ୍କ ବ୍ୟତୀତ ଅନ୍ୟ ୧୨ ଜଣଙ୍କୁ ନିର୍ଦ୍ଦୋଶରେ ମୁକ୍ତ କରାଯାଇଛି । ଏହି ମାମଲାରେ ଚାରି ଜଣ ନାବାଳକ ମଧ୍ୟ ସାମିଲ ରହିଛନ୍ତି । ଖାଲି ସେତିକି ନୁହେଁ ଯେଉଁ ୧୩ ଜଣଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଯାଇଛି ସେମାନଙ୍କୁ ୧୦ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି । ଅନ୍ୟ ଦୋଷୀ ମାନଙ୍କୁ ୭ହଜାର ଟଙ୍କାର ଜୋରିମାନା କରାଯାଇଛି ।

 

Get real time updates directly on you device, subscribe now.