fbpx

ଭାରତୀୟ ଦଳକୁ ଆକ୍ଷେପ କଲେ ଅଧିନାୟକ ବାଭୁମା, କହିଲେ- ଅନ୍ୟ ଦଳ ପରି ନିଜକୁ ଫେବରେଟ୍ କହିବାକୁ ଚାହୁଁନୁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ଵ କପର ନିଜର ତୃତୀୟ ମ୍ୟାଚରେ ଭାରତକୁ ପାଞ୍ଚ ଓ୍ଵିକେଟରେ ହରାଇଛି। ଦ୍ଵିତୀୟ ବିଜୟ ସହ ଦକ୍ଷିଣ ଆଫ୍ରିକା ଗ୍ରୁପ ୨ର ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଥିବା ବେଳେ ପ୍ରଥମ ପରାଜୟ ସହ ଭାରତ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି। ଭାରତ ବିପକ୍ଷରେ ମିଳିଥିବା ବିଜୟ ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାଭୁମା ନିଜ ଦଳର ଖୁବ୍ ପ୍ରଶଂସା କରିଛନ୍ତି। ଏଥିସହ ଭାରତୀୟ ଦଳକୁ ତାର୍ତ୍ସଲ୍ୟ କରିଛନ୍ତି ବାଭୁମା। ସେ କହିଛନ୍ତି, ତାଙ୍କ ଦଳ ଅନ୍ୟ ଟିମ୍ ପରି ନିଜକୁ ଫେବରେଟ୍ କହିବାକୁ ଚାହେଁ ନାହିଁ।

ମ୍ୟାଚ୍ ପରେ ବାଭୁମା କହିଛନ୍ତି, ୧୦ ଓଭର ପରେ ବ୍ୟାଟିଂରେ ଆମର ସ୍ଥିତି ଅନୁକୂଳ ହୋଇଥିଲା। ଆମର ବ୍ୟାଟିଂ କ୍ରମ ବର୍ତ୍ତମାନ ଭଲ ଫର୍ମରେ ରହିଛି, କେବଳ ମୋତେ ଛାଡି। ଆମେ ଗତ କିଛି ସମୟ ଧରି ଏକ ୟୁନିଟ୍ ଭାବେ ପ୍ରଦର୍ଶନ କରୁଛୁ। ମ୍ୟାଚ୍ ପୂର୍ବରୁ ଏଠାରେ ଖେଳାଯାଇଥିବା ମୁକାବିଲା ଦେଖୁଥିଲି। ପର୍ଥ ମଇଦାନରେ ଅତିରିକ୍ତ ବାଉନ୍ସ ଥିଲା। ସେହି ହିସାବରେ ଆମେ କ୍ଷେତ୍ର ରକ୍ଷଣ କରିଥିଲୁ। ଆମକୁ ନିଜକୁ ଟୁର୍ଣ୍ଣାମେଣ୍ଟରେ ଫେବରେଟ୍ କହିବାକୁ ଭଲ ଲାଗେନି। ଆମେ ରାଡାର ତଳେ ଉଡି ଚାଲିବୁ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳର ଭାଗ୍ୟ ଏବେ ନିଜ ହାତରେ। ଦଳକୁ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ। ଅଧିନାୟକ ରୋହିତ ଶର୍ମା ଏହାକୁ ହାଲୁକା ଭାବେ କଦାପି ଗ୍ରହଣ କରିବେ ନାହିଁ। ଭାରତ ନିଜର ଆଗାମୀ ଦୁଇ ମ୍ୟାଚରେ ବାଂଲାଦେଶ ଏବଂ ଜିମ୍ବାଓ୍ଵେକୁ ଭେଟିବ। ଭାରତ ପଏଣ୍ଟ ଟେବୁଲର ଦ୍ଵିତୀୟରେ ଥିବା ବେଳେ ବାଂଲାଦେଶ ବି ତିନି ମ୍ୟାଚରୁ ଦୁଇ ବିଜୟ ସହ ୪ ପଏଣ୍ଟ ପାଇ ତୃତୀୟରେ ରହିଛି। ଜିମ୍ବାଓ୍ଵେ ଚତୁର୍ଥ ସ୍ଥାନରେ ରହିଛି।

Get real time updates directly on you device, subscribe now.