fbpx

IND vs SL Weather Forecast: ବର୍ଷା ଯୋଗୁଁ ଧୋଇଯିବ କି ଫାଇନାଲ ମ୍ୟାଚ?

କଲମ୍ବୋ: ଆଜି ଏସିଆ କପର ଫାଇନାଲ ମ୍ୟାଚକୁ ନେଇ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା । ହେବାକୁ ଥିବା ଏହି ଦିନିକିଆ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯିବ । ଗତ ପାଞ୍ଚ ବର୍ଷ ଧରି ଭାରତ ଏସିଆ କପ ଟାଇଟଲ ଜିତି ପାରି ନାହିଁ । ଶେଷ ଥର ପାଇଁ ୨୦୧୮ରେ ଭାରତ ଏସିଆ କପ ଟାଇଟଲ ଜିତିଥିଲା। ତେବେ ଆଜି ଏହି ଟାଇଟେଲ ହାତେଇ ଭାରତ ଗତ ୫ବର୍ଷର ଶୂନ୍ୟସ୍ଥାନ ପୂରଣ କରିବା ଆଶାରେ ରହିଛି ।

ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଛି ଭାରତ । ସେହିପରି ଚଳିତ ବର୍ଷର ବର୍ଷା କେଉଁଠି ନା କେଉଁଠି ଏସିଆ କପକୁ ବିଶେଷ ପ୍ରଭାଭିତ କରିଛି । ବର୍ଷା ହେତୁ ଅନେକ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି । ଆଜି ଫାଇନାଲ ମ୍ୟାଚରେ ବି ମଧ୍ୟ ବର୍ଷା ହେବାର ସମ୍ଭାବନା ଖୁବ ରହିଛି । ତେବେ ଆଜି ହେବାକୁ ଥିବା ଫାଇନାଲ ମ୍ୟାଚ ପୂର୍ବରୁ ବର୍ଷାକୁ ନେଇ ଏଭଳି କିଛି ପୂର୍ବାନୁମାନ କରିଛି କଲମ୍ବୋର ପାଣିପାଗ ବିଭାଗ ।

କେଉଁ ସମୟରେ କେତେ ପ୍ରତିଶତ ବର୍ଷା ସମ୍ଭାବନା ରହିଛି?

  • ଅପରାହ୍ନ ୨ ଟାରେ: ବର୍ଷା ସମ୍ଭାବନା – ୪୯ ପ୍ରତିଶତ
  • ଅପରାହ୍ନ ୩ ଟାରେ: ବର୍ଷା ସମ୍ଭାବନା – ୪୯ ପ୍ରତିଶତ
  • ଅପରାହ୍ନ ୪ ଟାରେ: ବର୍ଷା ସମ୍ଭାବନା – ୪୯ ପ୍ରତିଶତ
  • ଅପରାହ୍ନ ୫ ଟାରେ: ବର୍ଷା ସମ୍ଭାବନା – ୪୯ ପ୍ରତିଶତ
  • ସନ୍ଧ୍ୟା ୬ ଟାରେ: ବର୍ଷା ସମ୍ଭାବନା – ୬୧ ପ୍ରତିଶତ
  • ସନ୍ଧ୍ୟା ୭ ଟାରେ: ବର୍ଷା ସମ୍ଭାବନା – ୪୯ ପ୍ରତିଶତ
  • ରାତି ୮ ଟାରେ: ବର୍ଷା ସମ୍ଭାବନା – ୫୭ ପ୍ରତିଶତ

ସୂଚନା ଥାଉକି, ଟିମ ଇଣ୍ଡିଆର ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ ରାହୁଲ (ଓ୍ବିକେଟ କିପର), ଶୁବମାନ ଗିଲ, ବିରାଟ କୋହଲି, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି, ୱାଶିଂଟନ ସୁନ୍ଦର, ଆୟର, ପ୍ରସାଦ କୃଷ୍ଣ, ତିଲକ ବର୍ମା ପ୍ରମୁଖ ରହିଛନ୍ତି।

Get real time updates directly on you device, subscribe now.