fbpx

Video; ଦିବ୍ୟାଙ୍ଗ-ପକ୍ଷାଘାତ କୁକୁରଙ୍କ ସହ ପାଳିଲେ ସ୍ୱାଧୀନତା ଦିବସ, ତ୍ରିରଙ୍ଗା ଧରି ଦୌଡ଼ିଲେ ଚାଲିପାରୁନଥିବା କୁକୁର

ଓଡ଼ିଶା ଭାସ୍କର: ଅଗଷ୍ଟ ୧୫ରେ ଦେଶ ପାଳିଲା ୭୮ ତମ ସ୍ୱାଧୀନତା ଦିବସ । ଗାଁ ଠୁ ସହର ସବୁଠି ଧୁମଧାମରେ ପାଳିତ ହୋଇଛି । ସ୍ୱାଧୀନତା ଦିବସରେ ନିଆରା ଢଙ୍ଗରେ ପାଳନ ହେଲା ସ୍ୱାଧୀନତା ଦିବସ । ଦିବ୍ୟାଙ୍ଗ-ପକ୍ଷାଘାତ କୁକୁରଙ୍କ ସହ ପାଳିଲେ ସ୍ୱାଧୀନତା ଦିବସ । ତ୍ରିରଙ୍ଗା ଧରି ଦୌଡ଼ିଲେ ଚାଲିପାରୁନଥିବା କୁକୁର । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି । ସୋସିଆଲମିଡିଆ ପ୍ଲାଟଫର୍ମ ଏକ୍ସରେ @Gulzar_sahab ନାମକ ଏକ ଆକାଉଣ୍ଟରେ ପୋଷ୍ଟ ହୋଇଛି । ସବୁଠୁ ବଡ଼ କଥା ହେଉଛି, ଯେଉଁ ସ୍ୱେଚ୍ଛାସେବିମାନେ ଏପରି କରିଛନ୍ତି ବା ଏପରି ଦିବ୍ୟାଙ୍ଗ କୁକୁରଙ୍କୁ ବଞ୍ଚେଇ ରଖିବାକୁ ପ୍ରୟାସ କରୁଛନ୍ତି ସେମାନଙ୍କ ପାଇଁ ଏହା ହେଉଛି ଏକ ମହାନ ପର୍ବ ଭଳି । 

Get real time updates directly on you device, subscribe now.