fbpx

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ ହେଲେ ସ୍ୱାଧୀନ ପ୍ରାଥୀ ଶିବସଙ୍କର ଦାସ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବ୍ରହ୍ମପୁର ସ୍ୱାଧୀନ ପ୍ରାଥୀ ଶିବସଙ୍କର ଦାସ ଗିରଫ ହେଲେ । ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି । ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଗିରଫ କଲା ପୋଲିସ । କୋର୍ଟରେ ଜାମିନ ନାମଞ୍ଜୁର ପରେ ଶିବଶଙ୍କରଙ୍କୁ ଜେଲ୍‌ ପଠାଗଲା । ଗତକାଲି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଓରଫ ପିଣ୍ଟୁ । ଆକ୍ରମଣ ପରେ ପିଣ୍ଟୁଙ୍କୁ ଥାନାରେ ଅଟକ ରଖିଥିଲା ପୋଲିସ । ଆକ୍ରମଣରେ ଆହତ ପ୍ରଦୀପ ପାଣିଗ୍ରାହୀ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ପ୍ରଦୀପଙ୍କୁ ଆଜି ସକାଳେ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି MKCGରେ ଭର୍ତ୍ତି ହୋଇଥିଲେ, ଆଜି ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଆଘାତ ଲାଗିଥିବାରୁ ସ୍ଥାନାନ୍ତର ହୋଇଛନ୍ତି । ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଥିଲେ ପ୍ରଦୀପଙ୍କ ପରିବାର ଲୋକ ।

Get real time updates directly on you device, subscribe now.