fbpx

ଥୋମାସ କପ୍ ରେ ଇତିହାସ ରଚିଲା ଭାରତ, ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ହେଲା ଚାମ୍ପିଅନ

ଥାଇଲାଣ୍ଡ: ଥୋମାସ କପ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଇତିହାସ ରଚିଛି ଭାରତ । ପ୍ରଥମ ଥର ପାଇଁ ଫାଇନାଲରେ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛି । ଭାରତ ଫାଇନାଲରେ ୧୪ ଥର ଚାମ୍ପିଅନ ଇଣ୍ଡୋନେସିଆକୁ ପରାସ୍ତ କରିଛି । ୭୩ ବର୍ଷର ଥୋମାସ କପର ଇତିହାସରେ ପୁର୍ବରୁ ୫ ଦେଶ ଏହି ଟୂର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛନ୍ତି ।

ଭାରତ ପକ୍ଷରୁ ସାତ୍ୱିକରାଜ ରଙ୍କାରେଡ଼ି ଓ ଚିରାଗ ସେଟ୍ଟି ଏବଂ କିଦାମ୍ବି ଶ୍ରୀକାନ୍ତ ଓ ଲକ୍ଷ୍ୟ ସେନ୍ ସେମାନଙ୍କର ମୁକାବିଲାରେ ବିଜୟ ହାସଲ କରି ଭାରତକୁ ଏହି ସଫଳତା ଆଣି ଦେଇଛନ୍ତି । ଭାରତୀୟ ଟିମ୍ ର ବିଜୟ ପରେ ପୂରା ଭାରତ ଏହି ବିଜୟକୁ ପାଳନ କରୁଛି । ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛଛନ୍ତି ଯ, ଭାରତୀୟ ବ୍ୟାଡମିଣ୍ଟ ଟିମ୍ ଇତିହାସ ରଚିଛି । ଏହି ବିଜୟ ପରେ ପୂରା ଦେଶ ଗର୍ବ ଅନୁଭବ କରୁଛି । ଏହା ସହ ସେ ସମ୍ପୁର୍ଣ୍ଣ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟ ନୂଆ ପ୍ରତିଭାଶାଳି ଉଦୟମାନ ଖେଳାଳୀ ମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.