fbpx

INDIA ମହାମେଣ୍ଟ ଖସୁଛି ନା ବଢ଼ୁଛି: ୧୦ଟି ପ୍ରମାଣ କହୁଛି ସବୁକିଛି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ମହାଲଢ଼େଇ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ଶିବିର ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ଗୋଟିଏ ପଟେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ତା’ର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ବିରୋଧୀଙ୍କ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ମହାମେଣ୍ଟ ଏକତା ପାଇଁ ସଂଘର୍ଷ କରୁଛି । ତେବେ ସତରେ କ’ଣ ଆସନ୍ତା ନିର୍ବାଚନରେ ବିରୋଧୀଙ୍କ ଇଣ୍ଡିଆ ମହାମେଣ୍ଟ ନରେନ୍ଦ୍ର ମୋଦୀଙ୍କ ଏନଡିଏ ରଥକୁ ରୋକି ପାରିବ?

ଏକଦା ୨୬ଟି ବିପକ୍ଷ ଦଳ ଯେଉଁ ଉତ୍ସାହର ସହିତ ଏକତ୍ର ହୋଇଥିଲେ ଏବେ ସେଥିରେ ଭରସା ଅଭାବ ଦେଖାଯାଉଛି । ଦିଲ୍ଲୀଠାରୁ ଆରମ୍ଭ କରି ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଏହାର ସ୍ପଷ୍ଟ ପ୍ରମାଣ ଦେଖିବାକୁ ମିଳୁଛି । ଯଦିଓ ଇଣ୍ଡିଆ ମହାମେଣ୍ଟର ଡ୍ରାଇଭର ସିଟରେ କିଏ ବସିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ, ତଥାପି ଆରମ୍ଭରୁ ଏଥିରେ କିଛିଟା ବିଚ୍ୟୁତି ଦେଖିବାକୁ ମିଳିଲାଣି ।

୧- ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରମୁଖ ଶରଦ ପାୱାର ବିଜେପି ସହ ହାତ ମିଳାଇଥିବା ପୁତୁରା ଅଜିତ ପାୱାରଙ୍କ ସହିତ ବାରମ୍ବାର ସିକ୍ରେଟ ମିଟିଂ କରୁଛନ୍ତି ।

୨- ଦିଲ୍ଲୀରେ କଂଗ୍ରେସ ନେତାମାନେ ସମସ୍ତ ୭ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ କହୁଛନ୍ତି ।

୩- ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସର୍ବଦା ନିଜର ସ୍ୱଚ୍ଛ ଛବି ନିର୍ମାଣରେ ବ୍ୟସ୍ତ ରହୁଛନ୍ତି ।

୪- ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହ ଗଠବନ୍ଧନ ହେବ ନାହିଁ ବୋଲି ବାମ ଦଳ ସ୍ପଷ୍ଟ କରିଛି ।

୫- ଗୋଟିଏ ପଟେ ଶରଦ ବିଜେପି ଉପରେ ବର୍ଷୁଥିବା ବେଳେ ଅନ୍ୟ ପକ୍ଷରେ ପୁତୁରାଙ୍କ ସହ ସିକ୍ରେଟ ମିଟିଂ କରୁଛନ୍ତି । ମାସକ ଭିତରେ ୪ ଥର ବୈଠକ ଆୟୋଜନ କରିବା କ’ଣ ଆଭାସ ଦେଉଛି । ଏପରିକି ଶରଦଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାର ଅଫର ଦିଆଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

୬- ମହାମେଣ୍ଟକୁ ନେଇ ଶରଦଙ୍କ ପରି ଜଣେ ବରିଷ୍ଠ ନେତା ନିଜେ ଭ୍ରମରେ ରହିବା ସହ ଦୋହୁଲ୍ୟମାନ ସ୍ଥିତିରେ ରହୁଥିବା ଦେଖାଯାଉଛି ।

୭- ଦିଲ୍ଲୀରେ ସମସ୍ତ ଲୋକସଭା ଆସନରେ କଂଗ୍ରେସ ଲଢ଼ିବ ବୋଲି ଦଳର ମୁଖପାତ୍ର ଅଳକା ଲାମ୍ବା କହିବା ପରେ ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଆସିଥିଲା । କଂଗ୍ରେସ-ଆପ ଆଗକୁ ସିଟ ବଣ୍ଟନକୁ ନେଇ ଏକାଠି ଚାଲିପାରିବେ ତ?
୮- ମହାମେଣ୍ଟ ଯୁଆଡ଼େ ଯାଉଛି ଯାଉ, କିନ୍ତୁ ନୀତିଶ ନିଜର ଇମେଜ ବିଲଡିଂ କରିବାରେ ବ୍ୟସ୍ତ ।

୯- ମହାମେଣ୍ଟରେ ଏକତାର ଅଭାବ ପରିଲକ୍ଷିତ ହେଉଛି । ବିଭିନ୍ନ ରାଜ୍ୟରେ ଦଳଗୁଡ଼ିକ ମଧ୍ୟରେ ଭରସାର ଅଭାବ ଦେଖାଯାଉଛି ।

୧୦- ରାହୁଲ ଗାନ୍ଧି, ଅରବିନ୍ଦ କେଜ୍ରିୱାଲ, ନୀତିଶ କୁମାର, ମମତା ବାନାର୍ଜୀ ଓ ଶରଦ ଯାଦବଙ୍କ ଏହି ପାଞ୍ଚ ଜଣ ନେତାଙ୍କ ମଧ୍ୟରୁ ଜଣଙ୍କୁ ଯଦି ମୁଖ୍ୟ ଭାବେ ଘୋଷଣା କରାଯାଏ, ତେବେ ଅନ୍ୟମାନଙ୍କ ପାଇଁ ତାହା ନିଶ୍ଚିତ ଭାବେ ଅସନ୍ତୋଷର କାରଣ ପାଲଟିବ ।

Get real time updates directly on you device, subscribe now.