ପାକିସ୍ତାନର ମେରୁଦଣ୍ଡ ଉପରେ ପ୍ରହାର, ପାକିସ୍ତାନରୁ ଡ଼ାକସେବା ବନ୍ଦ କଲା ଭାରତ
ଚିନ୍ତାରେ ପାକିସ୍ତାନୀ ପ୍ରେମିକ-ପ୍ରେମିକା। ଭାରତରେ ଥିବା ନିଜ ବନ୍ଧୁଙ୍କ ପାଖକୁ କିପରି ପଠାଇବେ ଚିଠି।
ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତ ଦେଉଛି ଗୋଟେ ପରେ ଗୋଟେ ଝଟକା। ଗୋଟିଏ ଦିନରେ ତିନି ତିନୋଟି ଝଟକା। ହେଲେ ପାକିସ୍ତାନରେ ଥିବା ପ୍ରେମିକା ପ୍ରେମିକ ଏବେ ବେଶୀ ଚିନ୍ତାରେ। କାରଣ ଆଉ ଆସିପାରିବନି ସେମାନଙ୍କ ପ୍ରେମ ଚିଠି।
ପ୍ରଥମେ ଭାରତ ପାକିସ୍ତାନ ସହ କୌଣସି ପ୍ରକାର ଆମଦାନୀ- ରପ୍ତାନୀ କରିବ ନାହିଁ ବୋଲି ଆଜି ସକାଳେ ନିଷ୍ପତ୍ତି ନେଇଥିଲା। ତା ପରେ ନିର୍ଦ୍ଦେଶ ଆସିଲା କି ଭାରତକୁ ପାକିସ୍ତାନର ପତାକା ଲାଗିଥିବା କୌଣସି ଜାହାଜ ପ୍ରବେଶ କରିପାରିବ ନାହିଁ।
ଆଉ ଏବେ ଭାରତର ଆଉ ଏକ କଡ଼ା ନିଷ୍ପତ୍ତି ନେଉଛି ଭାରତ ପାକିସ୍ତାନରୁ ଡାକ ସେବାକୁ ବନ୍ଦ କରିଦେଇଛି। ହଁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ତୃତୀୟ ଆକ୍ରମଣରେ, ଭାରତ ସରକାର ଆଜି ପଡ଼ୋଶୀ ଦେଶ ସହିତ ଜଡିତ ଡାକ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି।
ଏହି ଆଦେଶ ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟର ମିଳିତ ବିଜ୍ଞପ୍ତି ଅନୁଯାୟୀ କାର୍ଯ୍ୟକାରୀ କରାଯିବ, ଯାହାକୁ ପାକିସ୍ତାନ ସହିତ ଜାତୀୟ ସୁରକ୍ଷା ଏବଂ କୂଟନୈତିକ ଚାପର ରଣନୀତିର ଏକ ଅଂଶ ଭାବରେ ବିବେଚନା କରାଯାଉଛି।
ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚିଠି, ପାର୍ସଲ ଏବଂ ଡକ୍ୟୁମେଣ୍ଟ ଆଦାନପ୍ରଦାନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପୂର୍ବରୁ, ୨୦୧୯ ପୁଲୱାମା ଆକ୍ରମଣ ଏବଂ ୧୯୭୧ ଯୁଦ୍ଧ ସମୟରେ ମଧ୍ୟ ସମାନ ଭାବରେ ଡାକ ସେବା ବନ୍ଦ କରାଯାଇଥିଲା। ଏହି ପଦକ୍ଷେପ ପାକିସ୍ତାନର ଛୋଟ ବ୍ୟବସାୟୀ, ଇ-କମର୍ସ ଏବଂ ସାଧାରଣ ନାଗରିକଙ୍କ ପାଇଁ ଏକ ବଡ଼ ଆଘାତ ହେବ।