fbpx

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ରେ ହଙ୍ଗାମା, ଜାଡେଜାଙ୍କ ଉପରେ ଲାଗିଲା ବଲ୍ ଟାମ୍ପରିଂ ଅଭିଯୋଗ

ନାଗପୁର: ଅଷ୍ଟ୍ରେଲିଆ ବିପକ୍ଷରେ ନାଗପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତର ରବିନ୍ଦ୍ର ଜାଡେଜା ପ୍ରଚଣ୍ଡ ଫର୍ମ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆହତ ସମସ୍ୟାରୁ ମୁକୁଳିବା ପରେ ଜାଡେଜା ତାଙ୍କର ପ୍ରଥମ ମ୍ୟାଚ୍‌ରେ ଘାତକ ବୋଲିଂ କରି ୫ଟି ୱିକେଟ୍ ନେଇଥିଲେ । ଯାହା ଫଳରେ ଅଷ୍ଟ୍ରେଲିଆ ମାତ୍ର ୧୭୭ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା ।

ଏବେ ପ୍ରଥମ ଦିନର ଖେଳ ସମୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓ ରବିନ୍ଦ୍ର ଜାଡେଜାଙ୍କ ସମ୍ବଧିତ। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜାଡେଜା ଗୋଟିଏ ସମୟରେ ବଲ୍ ପକାଇବା ପୁର୍ବରୁ ସାଥି ଖେଳାଳି ମହମ୍ମଦ ସିରାଜଙ୍କ ପାଖକୁ ଯାଉଛନ୍ତି ଏବଂ ତାଙ୍କଠୁ କିଛି ଆଣି ନିଜ ଆଙ୍ଗୁଳିରେ ଲଗାଉଛନ୍ତି । ଅଷ୍ଟ୍ରେଲିଆ ଗଣମାଧ୍ୟମ ଏବେ ଏହି ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା କରୁଛନ୍ତି ।

ଇଂଲଣ୍ଡର ପୁର୍ବତ୍ତନ ଅଧିନାୟକ ମାଇକେଲ୍ ଭନ୍ ମଧ୍ୟ ଏହା ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି । ରବିନ୍ଦ୍ର ଜାଡେଜା ନିଜର ସ୍ପିନିଙ୍ଗ ଆଙ୍ଗୁଳିରେ କ’ଣ ଲଗାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁ ସମୟରେ ଏହି ଭିଡିଓ ସଂଗ୍ରହ ହୋଇଥିଲା, ସେତେବେଳେ ଅଷ୍ଟ୍ରେଲିଆ ୫ଟି ୱିକେଟ୍ ହରାଇ ୧୨୦ ରନ୍ ସ୍କୋର କରିଥିଲା । ଏବଂ ପୀଟର ହେଣ୍ଡସ୍କମ ଓ ଅଲେକ୍ସ କେରୀ ବ୍ୟାଟିଂ କରୁଥିଲେ ।

Get real time updates directly on you device, subscribe now.