fbpx

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମଥର ହେଲା ଏପରି

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି। ଭାରତୀୟ ଦଳ ଏହି ମ୍ୟାଚରେ ବାଂଲାଦେଶକୁ ୨୮୦ ରନରେ ହରାଇଛି। ଏହି ବିଜୟ ସହ ଟିମ ଇଣ୍ଡିଆ ଦୁଇଟି ମ୍ୟାଚ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଭାରତର ବିଜୟରେ ଅଶ୍ୱିନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଏହି ମୁକାବିଲାର ପ୍ରଥମ ଇନିଂସରେ ଏକ ଶତକ କରିଥିଲେ ଏବଂ ଶେଷ ଇଂନିସରେ ୬ଟି ୱିକେଟ ନେଇଥିଲେ।

ଭାରତୀୟ କ୍ରିକେଟ ଟିମ ୯୨ ବର୍ଷରୁ ଟେଷ୍ଟ ମ୍ୟାଚ ଖେଳିଆସୁଛି। ୯୨ ବର୍ଷରେ ପ୍ରଥମ ଥର ଭାରତ ଏପରି ବିଜୟ ହାସଲ କରିଛି। ଟେଷ୍ଟ କ୍ରିକେଟରେ ଏହି ଟିମ ଇଣ୍ଡିଆର ୧୭୯ତମ ବିଜୟ। ଏହି ମ୍ୟାଚର ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆ ୧୭୮ ଥର ବିଜୟ ହାସଲ କରିଥିଲା ଏବଂ ୧୭୮ ଥର ହାରିଥିଲା। ଟେଷ୍ଟ କ୍ରିକେଟର ଇତିହାସରେ ଏପରି ପ୍ରଥମଥର ହୋଇଛି, ଯେତେବେଳେ ଭାରତୀୟ ଟିମର ବିଜୟ ସଂଖ୍ୟା ହାରିବା ଠାରୁ ଅଧିକ ହୋଇଥିଲା। ଏହି କାରଣ ପାଇଁ ଏହି ବିଜୟକୁ ଐତିହାସିକ ବୋଲି କୁହାଯାଉଛି। ଟିମ ଇଣ୍ଡିଆ ଏହି ମୁହୂର୍ତ୍ତକୁ ୯୨ ବର୍ଷ ଅପେକ୍ଷା କରିଛି।

Get real time updates directly on you device, subscribe now.