fbpx

IND vs ZIM: ଜିମ୍ବାୱେକୁ ପରାସ୍ତ କରି ୨-୧ରେ ଆଗୁଆ ‘ୟଂଗ୍’ ଇଣ୍ଡିଆ ଟିମ୍

ମୁମ୍ୱାଇ: ତୃତୀୟ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ୨୩ ରନ୍ ରେ ପରାସ୍ତ କରିଛି ଭାରତ । ଏହା ସହ ଭାରତୀୟ ଦଳ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ ୬୬ ରନ୍ ର ଅର୍ଦ୍ଧଶତକ ଖେଳିଥିଲେ । ଅନ୍ୟପକ୍ଷରେ ଋତୁରାଜ ଗାଇକୱାଡ ଅର୍ଦ୍ଧଶତକ ହାସଲ କରିବାରୁ ବଞ୍ଚିତ ହୋଇ ୪୯ ରନ୍ କରିଥିଲେ । ସେହିପରି ଯଶସ୍ୱୀ ଜୟସ୍ୱାଲ ମଧ୍ୟ ୩୬ ରନ୍ କରି ଟିମ୍ ଇଣ୍ଡିଆକୁ ୧୮୨ ରନ୍ ର ବିଶାଳ ସ୍କୋରରେ ପହଞ୍ଚାଇବାରେ ସହାୟକ ହୋଇଥିଲେ ।

ଆୟୋଜକ ଜିମ୍ବାୱେ ଆଗରେ ୧୮୩ ରନର ବିଶାଳ ଟାର୍ଗେଟ ଥିଲା । କିନ୍ତୁ ଦଳର ଆରମ୍ଭ ଏତେ ଖରାପ ଥିଲା ଯେ ଅଧା ଟିମ୍ ପ୍ୟାଭିଲିୟନ ୩୯ ରନ୍ ସ୍କୋରକୁ ଫେରି ଆସିଥିଲା । ଏପର୍ଯ୍ୟନ୍ତ ଭଲ ଫର୍ମରେ ଥିବା ୱେସ୍ଲି ମାଧେଭେରେ ଏଥର ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ସିକନ୍ଦର ରାଜା ପୁଣି ଥରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ । ସେ ଭଲ ଆରମ୍ଭ କରିଥିଲେ ମଧ୍ୟ ମ୍ୟାଚ୍ କୁ ବଦଳାଇ ଦେଇଥିବା ଇନିଂସ ଖେଳି ପାରିନଥିଲେ । ରଜା ୧୬ ବଲ୍ ରେ ୧୫ ରନ୍ କରି ଆଉଟ୍ ହୋଇଥିଲେ ।

Get real time updates directly on you device, subscribe now.