ପୁଣି ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍, ଏଥର ଇମ୍ରାନ୍, ବିଲାୱଲଙ୍କ ପାଳି

ନୂଆଦିଲ୍ଲୀ: ପାକିସ୍ତାନ, ଭାରତ ମଧ୍ୟରେ ଲାଗିଥିବା ବିବାଦ ପରେ; ଦୁଇ ଦେଶର ଆମଦାନୀ ଓ ରପ୍ତାନୀ ବନ୍ଦ କରିଛି ଭାରତ ।

ଏଭିତରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ନେତା ବସିଲାୱଲ ଭୁଟୋଙ୍କ ଏକ୍ସ ଆକାଉଣ୍ଟ ବ୍ୟାନ୍ କରିଛି ଭାରତ ।

ଏହାପୂର୍ବରୁ ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତରାରଙ୍କ ଏକ୍ସ ଆକାଉଣ୍ଟ ବ୍ୟାନ୍ କରାଯାଇଛି ।

ଏପ୍ରିଲ ୨୨ ପହଲଗାମ ଆଟାକ ନେଇ ପାକିସ୍ତାନ, ଭାରତ ମଧ୍ୟରେ ବିବାଦ ବଡ଼ ରୂପ ନେଇଛି । ଭାରତ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛି ।

ସେପେଟ ସୀମାରେ କିନ୍ତୁ ଅସ୍ତ୍ର ବିରତି ଉଲ୍ଲଂଘନ କରିସାରିଛି ପାକିସ୍ତାନ । ଲଗାତର ୧୦ ଦିନ ଧରି ଏଲଓସିରେ ଫାୟାରିଂ କରିଚାଲିଛି ପାକ୍ ସେନା ।

ଯୁଦ୍ଧକୁ ଦୃଷ୍ଟିରେ ରଖି ଶେଡବାଜ ଆସନ୍ତା କାଲି ସ୍ୱତନ୍ତ୍ର ଅଧିବେଶନ ଡାକିଥିବା ସୂଚନା ।