ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଗୁୟାନା ଗସ୍ତରେ ଅଛନ୍ତି । ସେଠାରେ ଭାରତ- କାରିବିୟାନ୍ ଦେଶର ଦ୍ୱିତୀୟ ଶିଖର ସମ୍ମିଳନୀରେ ସାମିଲ ଦେଇଛନ୍ତି । ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ- କାରିବିୟାନ ଦେଶର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସାତଟି ସ୍ତମ୍ଭର ପ୍ରସ୍ତାବ ଦେଇଛନ୍ତି । କହିରଖୁଛୁ ଗତ ୫୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଗୁୟାନା ଗସ୍ତ କରିଥିଲେ ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ CARICOM(କାରିବିଆନ୍ ସାଗର ଦ୍ୱୀପ ଦେଶଗୁଡ଼ିକର ଗୋଷ୍ଠୀ)ର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେନେଡାର ପ୍ରଧାନମନ୍ତ୍ରୀ ଡିକନ୍ ମିଶେଲ(Dickon Mitchell) ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଅଧ୍ୟକ୍ଷତାରେ ୨ୟ ଭାରତ- ଉଇଜଓଉଙଗ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଆର୍ଥିକ ସହଯୋଗ, କୃଷି, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଫାର୍ମାକ୍ୟୁଟିକାଲ୍ସ ଏବଂ ବିଜ୍ଞାନ ଭଳି କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବା ଉପାୟ ଉପରେ ଚର୍ଚ୍ଚା ହୋଇଥିଲା । ଏହି ସମ୍ମିଳନୀରେ ମୋଦୀ ଭାରତ- CARICOM ସମ୍ପର୍କ ମଜବୁତ କରିବା ଦିଗରେ ସାତଟି ସ୍ତମ୍ଭର ପ୍ରସ୍ତାବ ରଖିଥିଲେ । ଏହା ହେଉଛି C–କ୍ଷମତା ନିର୍ମାଣ, A- କୃଷି ଏବଂ ଖାଦ୍ୟ ସୁରକ୍ଷା, R-ରିନ୍ୟୁଏବଲ ଏନର୍ଜୀ ଆଣ୍ଡ କ୍ଲାଇଣ୍ଟ୍ ଚେଞ୍ଜ୍, I- ଇନୋଭେସନ୍, ଟେକ୍ନୋଲୋଜୀ ଏବଂ ବ୍ୟାପାର, C – କ୍ରିକେଟ ଏବଂ ସଂସ୍କୃତି, O- ଓଶନ୍ ଇକୋନୋମୀ ଏବଂ M– ମେଡିସିନ୍ ଆଣ୍ଡ ହେଲ୍ଥ କେୟାର । ଏହି ଅବସରରେ ମୋଦୀ ଆହୁରି ମଧ୍ୟ କହିଥିଲେ କି ‘୫ଟି- ବ୍ୟାପାର, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ପ୍ରତିଭା ଏବଂ ପରମ୍ପରାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଦେଶର ଘରୋଇ କ୍ଷେତ୍ର ତଥା ହିତାଧିକାରୀଙ୍କୁ ସଂଯୋଗ କରିବା ପାଇଁ ଏକ ଅନଲାଇନ୍ ପୋର୍ଟାଲ ପ୍ରସ୍ତତ କରାଯାଇପାରେ ।’ ଏହା ସହ ଭାରତ SME କ୍ଷେତ୍ରରେ ଅଗ୍ରସର ହେଉଥିବା କହିଥିଲେ ପ୍ରଧାନମନ୍ତ୍ରୀ । କହିରଖୁଛୁ ଗତ ବର୍ଷ ଭାରତ- CARICOM ସମ୍ମିଳନୀରେ SME କ୍ଷେତ୍ର ପାଇଁ ୧୦ ଲକ୍ଷ ଆମେରିକୀୟ ଡଲାର ଅନୁଦାନ ଘୋଷଣା କରାଯାଇଥିଲା ।