fbpx

କରୋନା ଭାଇରସ୍: ଇଟାଲିକୁ ଟପିଲା ଭାରତ

Advertisement

ନୂଆଦିଲ୍ଲୀ, ୬ା୬: ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ଇଟାଲିକୁ ପଛରେ ପକାଇଛି ଭାରତ । ଭାରତରେ କରୋନା ଆକ୍ରାନ୍ତ ୨.୩୬ଲକ୍ଷ ଥିବା ବେଳେ ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୨.୩୪ ଲକ୍ଷ ରହିଛି । କିନ୍ତୁ ମାତ୍ର ଇଟାଲିରେ ୩୩ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ ୬ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଭାରତରେ ଗତ ୨୪ଘଣ୍ଟାରେ ଦେଶରେ ସର୍ବାଧିକ ୯୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦେଶରେ ସମୁଦାୟ ୨ଲକ୍ଷ ୩୬ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା୬ହଜାର୬୪୨କୁ ବୃଦ୍ଧି ପାଇଛି । ୧ଲକ୍ଷ ୧୫ହଜାର ୯୪୨ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୧୪ହଜାର ୭୩ଜଣ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.