fbpx

ଭାରତ- ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ରେ ବର୍ଷା, ଟସ ପଡିନି ମ୍ୟାଚ ହେବତ ! ସେମିଫାଇନାଲ, ରିଜର୍ଭ ଡେ’ ରେ କାହିଁକି ହେବନି; କାରଣ କହିଲା ଆଇସିସି

Advertisement

ଓଡିଶା ଭାସ୍କର: ଭାରତ ଓ ଇଂଲଣ୍ଡ ମଧ୍ୟ ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି । ମାତ୍ର ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ବର୍ଷା କାରଣରୁ ଟସ ରେ ବିଳମ୍ବ ହୋଇଛି । ୱେଷ୍ଟଇଣ୍ଡିଜର ଗୁଏନାର ପ୍ରୋବିଡେନ୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ସେମିଫାଇନାଲ ବିଳମ୍ବ ରେ ଆରମ୍ଭ ହୋଇପାରେ । ନ ହେଲେ ଲଗାତାର ବର୍ଷା ହେଲେ ମ୍ୟାଚ ଖେଳା ନ ବି ଯାଇପାରେ । ଆଉ ଏଭଳି ହେଲେ ଭାରତ ସିଧାସଳଖ ଫାଇନାଲ ଫାଇଟ ରେ ଦକ୍ଷିଣ ଆଫ୍ରିକାକୁ ୨୯ ତାରିଖରେ ଭେଟିବ । ଏହି ସେମିଫାଇନାଲ ମ୍ୟାଚ ପାଇଁ ଆଇସିସି କୌଣସି ରିଜର୍ଭ ଡେ’ ରଖିନାହିଁ । କେବଳ ୪ ଘଣ୍ଟା ୧୦ମିନିଟର ଅତିରିକ୍ତ ସମୟ ରହିଛି ମ୍ୟାଚରେ । ଯଦି ଏହି ସମୟ ମଧ୍ୟରେ ବି ବର୍ଷା ଲାଗି ରହେ, ତେବେ ମ୍ୟାଚ ଖେଳା ଯିବନି, ଇଂଲଣ୍ଡ ମ୍ୟାଚ ନ ଖେଳି ବିଶ୍ୱକପ ଅଭିଯାନ ଶେଷ କରିବ ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ରିଜର୍ଭ ଡେ’ ରଖିଥିଲା । ମାତ୍ର ଏହାର ଆବଶ୍ୟକତା ପଡିନଥିଲା । ତେବେ ଦ୍ୱିତୀୟ ସେମିଫାଇନାଲରେ କାହିଁକି ରିଜର୍ଭ ଡେ’ ରଖାଯାଇ ନାହିଁ । ଦ୍ୱିତୀୟ ସେମିଫାଇନାଲରେ ରିଜର୍ଭ ଡେ’ ଏଥିପାଇଁ ନାହିଁ କାରଣ ଦଳ ଗୁଡିକର ଯାତାୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସକାଳ ୧୦.୩୦ ମିନିଟ ସମୟରୁ ମ୍ୟାଚ ଆରମ୍ଭ ହେବାର ଥିଲା । ମାତ୍ର ଏ ପର୍ଯ୍ୟନ୍ତ ଟସ ବି ପଡି ନାହିଁ । ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ମ୍ୟାଚ ହେବ ନା ନାହିଁ । କହିରଖୁ, ପ୍ରଥମ ସେମିଫାଇନାଲ ମ୍ୟାଚ ଦ୍ୱିତୀୟ ସେମିଫାଇନାଲର ଗୋଟିଏ ଦିନ ପୂର୍ବରୁ ରହିଥିଲା । ମାନେ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଅତିରିକ୍ତ ସମୟରେ ଖେଳି ହେବନି ବୋଲି ଆଇସିସି ଜଣାଇଛି । ଫଳରେ ପ୍ରଥମ ସେମିଫାଇନାଲରେ ରିଜର୍ଭ ଡେ’ ରଖାଯାଇଥିଲା । ବର୍ଷା ଯୋଗୁଁ ମ୍ୟାଚ ଯଦି ବି ବାତିଲ ହୋଇଥାନ୍ତା, ଏହା ତେବେ ୨୭ ଜୁନକୁ ଖେଳାଯାଇ ପାରିଥାନ୍ତା । କିନ୍ତୁ, ଦ୍ୱତୀୟ ସେମିଫାଇନାଲରେ ଯଦି ରିଜର୍ଭ ଡେ’ ରଖାଯିବ, ତେବେ ମ୍ୟାଚ ୨୮ ତାରିଖରେ ଖେଳିବାକୁ ପଡିବ ଓ ୨୯ ତାରିଖରେ ଫାଇନାଲ ଅଛି । ଫଳରେ ଖେଲାଳିଙ୍କ ଗମନାଗମନ ଓ ସୁବିଧାକୁ ଦେଖି ଆଇସିସି ଏହି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.