fbpx

ଏହି ରାଜ୍ୟମାନଙ୍କରେ ବଢ଼ିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : ଆଜି କୋଭିଡ୍ ସ୍ଥିତି ସମୀକ୍ଷା ନେଇ ସ୍ୱାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ୧୨ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା ରହିଛି । ସେହିପରି ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ୍ କେସ୍ ରହିଛି । ଲକଡାଉନ୍ ସଟଡାଉନ୍ କାରଣରୁ କିଛି ରାଜ୍ୟରେ ସଂକ୍ରମଣ କମ୍ ରହିଛି । ଉକ୍ତ ରାଜ୍ୟ ଗୁଡିକ ହେଲା; ଛତିଶଗଡ, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡଖଣ୍ଡରେ ସଂକ୍ରମଣ ହ୍ରାସ ପାଇଛି । ଏଥିସହିତ ପଞ୍ଜାବ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ସଂକ୍ରମଣର ହାର କମିଛି ।

କିନ୍ତୁ ଏହି ସମୟରେ ଆସାମ, ବିହାର, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗରେ ସଂକ୍ରମଣର ହାର ବୃଦ୍ଧି ପାଇଚାଲିଛି । ଅପରପକ୍ଷରେ ଦେଶରେ କରୋନା ମୃତ୍ୟୁହାର ୧.୧୦ ପ୍ରତିଶତ ରହିଛି । ବର୍ତ୍ତମାନ ଗ୍ୟାସୀୟ ଅକ୍ସିଜେନ୍ କୁ ମେଡିକାଲ୍ ଅକ୍ସିଜେନ୍ କରିବା ପାଇଁ ଯୋଜନା କରାଯାଉଛି । ଅକ୍ସିଜେନ୍ ର ଅଭାବକୁ ଦୃଷ୍ଟିରେ ରଖି ୧୫୦୦ଟି ପ୍ଲାଣ୍ଟ ପାଇଁ କାର୍ଯ୍ୟ ଚାଲୁ ରହିଛି । ଏହାସହ ଅକ୍ସିଜେନ୍ ଉତ୍ପାଦନ ଏବଂ ଯୋଗାଣ ଉପରେ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି । ତେଣୁ ସ୍ୱାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଭୟଭୀତ ନହେବା ପାଇଁ କୁହାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ୫୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ରହିଥିଲା । ଆଉ ଏବେ ପ୍ରାୟ ୯ ହଜାର ମେଟ୍ରିକ୍ ଟନ୍ ଅକ୍ସିଜେନ୍ ରହିଛି ।

Get real time updates directly on you device, subscribe now.