ସନ୍ଧ୍ୟା ୫ଟାରୁ ବନ୍ଦ ହେଲା ଯୁଦ୍ଧ, ହେଲେ ଅସ୍ତ୍ରବିରତି ନେଇ ପାକିସ୍ତାନ ପାଖରେ ଭାରତ ରଖିଛି କିଛି ସର୍ତ୍ତ

ପାକିସ୍ତାନ ପାଖରେ କିଛି ସର୍ତ୍ତ ରଖି ଅସ୍ତ୍ରବିରତି ନେଇ ରାଜି ହୋଇଛି ଭାରତ।

ନୂଆଦିଲ୍ଲୀ:  ଭାରତ-ପାକିସ୍ତାନ ମଧ୍ୟରେ ହେଲା ଅସ୍ତ୍ରବିରତି। ଆଜି ସନ୍ଧ୍ୟା ୫ଟାରୁ ଲାଗୁ ହେଲା ଅସ୍ତ୍ରବିରତି। ପାକିସ୍ତାନର ଡିଜିଏମଓ ଆଜି ଅପରାହ୍ନରେ ଭାରତର DGMOଙ୍କୁ ଫୋନ୍ କରିଥିଲେ। ପରେ ଉଭୟ ଦେଶର DGMOଙ୍କ ପ୍ରତ୍ୟେକ୍ଷ କଥାବାର୍ତ୍ତା ପରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଥିଲେ।

ଏନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ। ଏନେଇ ମେ ୧୨ ତାରିଖରେ ହେବ ପରବର୍ତ୍ତୀ ଆଲୋଚନା। ଦୁଇ ଦେଶର ଡିଜିଏମଓ ଆଲୋଚନା କରିବେ। ଏବେ ସମସ୍ତ ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ।

ହେଲେ ସବୁଠାରୁ ବଡ଼ କଥା ହେଉଛି ଭାରତ ଏହି ଅସ୍ତ୍ରବିରତି ପ୍ରସ୍ତାବରେ ସର୍ତ୍ତମୂଳକ ଭାବେ ରାଜି ହୋଇଛି। ଏହି ଅସ୍ତ୍ରବିରତି ନେଇ ଭାରତର କିଛି ସର୍ତ୍ତ ରହିଛି। ଏସ୍ ଜୟ ଶଙ୍କର କହିଛନ୍ତି ଏବେବି ଆତଙ୍କବିରୋଧୀ ଲଢେଇ ଜାରି ରହିବ। ଆତଙ୍କୀ ଜକାର୍ଯ୍ୟକଳାପ ହେଲେ ଏଥର ସିଧା ସୁଦ୍ଧ ହେବ।