fbpx

ଡେଞ୍ଜର ଜୋନରେ ଭାରତ, ପୁଣି ଲାଗୁହୋଇପାରେ ଲକଡାଉନ୍!

କରୋନା ସଙ୍କଟ ଯୋଗୁଁ ଅନେକ ଦେଶରେ ଲାଗୁ ହୋଇଥିବା ଲକଡାଉନକୁ କୋହଳ କରାଯାଉଛି । ଏହାରି ମଧ୍ୟରେ ଭାରତରେ ଲକଡାଉନ ପଞ୍ଚମ ପର୍ଯ୍ୟାୟ ବା ଅନଲକ୍-୧ ଜୁନରୁ ଆରମ୍ଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତ ସେହି ୧୫ଟି ଦେଶ ମଧ୍ୟରେ ସାମିଲ ରହିଛି, ଯେଉଁଠାରେ ଲକଡାଉନ୍ ହଟାଇବା ମାତ୍ରେ ଦ୍ରୁତଗତିରେ ମାଡିଯିବ କରୋନା । ଫଳରେ ପୁଣି ଲକଡାଉନ୍ ଲାଗୁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ନୋମୁରା ଅନୁସନ୍ଧାନକାରୀ ସଂସ୍ଥା ଅଧ୍ୟୟନ ପରେ ଏହାକୁ ଦାବି କରିଛନ୍ତି ।

ରିସର୍ଚ୍ଚ ମୁତାବକ, ଲୋକଙ୍କ ଗତିବିଧି ଓ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦୁନିଆରେ ୧୫ଟି ଦେଶ ଏପରି ରହିଛି, ଯେଉଁଠାରେ ଟିକେ ବି ନିୟମ କୋହଳ କଲେ କରୋନା ମହାମାରୀ ସାଙ୍ଘାତିକ ଭାବେ ମାଡିଚାଲିବ । ବିଶେଷ କରି ଜନବହୁତ ଦେଶରେ ଏପରି ପରିସ୍ଥିତି ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଛି । ଅନେକ ଦିନ ଘରେ ବନ୍ଦୀ ହୋଇ ରହିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଫଳରେ ଲୋକଙ୍କ କାର୍ଯ୍ୟକଳାପ ଓ ଭ୍ରମଣ ବଢିବାରେ ଲାଗିଛି । ଏପରି କରିବା ଦ୍ୱାରା ନୂଆ ମାମଲା ମଧ୍ୟ ବଢିବାରେ ଲାଗିଛି ।

ରିପୋର୍ଟ ମୁତାବକ, ୪୫ଟି ଦେଶକୁ ୩ଟି ଗୋଷ୍ଠୀରେ ବିଭକ୍ତ କରାଯାଇଛି । ପ୍ରଥମରେ ରହିଛି ସଠିକ୍ ଟ୍ରାକ୍ । ଦ୍ୱିତୀୟ ହେଉଛି ଚେତାବନୀ ସଙ୍କେତ ଓ ତୃତୀୟଟି ହେଉଛି ଡେଞ୍ଜର ଜୋନ୍ । ଭାରତ ଏବେ ଡେଞ୍ଜର ଜୋନ୍ ବା ବିପଦ ଜୋନରେ ରହିଛି । ଭାରତ ସହିତ ଇଣ୍ଡୋନେସିଆ, ଚିଲି, ପାକିସ୍ତାନ,ସ୍ୱିଡନ୍, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା ଓ କାନାଡା ଭଳି ଦେଶ । ଫ୍ରାନ୍ସ, ଇଟାଲୀ ଓ ଦକ୍ଷିଣ କୋରିଆ ଦେଶରେ ପରିସ୍ଥିତିକୁ ଭଲ ବୋଳି କୁହାଯାଉଥିବା ବେଳେ ଆମେରିକା ଓ ବ୍ରିଟେନ ଭଳି ଦେଶ ଚେତାବନୀ ସଙ୍କେତରେ ଅନ୍ତର୍ଭୁକ୍ତ ।

Get real time updates directly on you device, subscribe now.