Salary Hike 2025: ଚଳିତ ବର୍ଷ ଦରମା କେତେ ବୃଦ୍ଧି ପାଇବ? କେଉଁ କ୍ଷେତ୍ରର କର୍ମଚାରୀ ଲାଭବାନ ହେବେ ଜାଣନ୍ତୁ
ରିପୋର୍ଟ ଅନୁଯାୟୀ, 2025 ମସିହାରେ ଇ-କମର୍ସ କ୍ଷେତ୍ରରେ ସର୍ବାଧିକ 10.5% ଦରମା ବୃଦ୍ଧି ପାଇପାରେ ।
ନୂଆଦିଲ୍ଲୀ: ପ୍ରତ୍ୟେକ କର୍ମଚାରୀ ଦରମା ବୃଦ୍ଧି ଆଶା କରନ୍ତି । ତେବେେ ଚଳିତ ବର୍ଷ କେତେ ଟଙ୍କା ବୃଦ୍ଧି ପାଇବ ତାହା ଜାଣିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଛି ।
୨୦୨୫ ମସିହାରେ ଭାରତରେ ହାରାହାରି ଦରମା ୯.୪% ବୃଦ୍ଧି ହୋଇପାରେ- ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଥିବା କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଆସିଛି । ଭାରତରେ ୨୦୨୫ ମସିହାରେ ହାରାହାରି ଦରମା ବୃଦ୍ଧି ୯.୪% ହେବ ବୋଲି ଆଶା କରାଯାଉଛି । ଯାହା ୨୦୨୪ ମସିହାରେ ୯.୬% ଦରମା ବୃଦ୍ଧି ତୁଳନାରେ ସାମାନ୍ୟ କମ୍ । EYର ‘ଫ୍ୟୁଚର୍ ଅଫ୍ ପେ’ ରିପୋର୍ଟରେ ଏହା ପ୍ରକାଶ ପାଇଛି।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଆଗାମୀ ବର୍ଷଗୁଡ଼ିକରେ, କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କୁ ଦିଆଯାଉଥିବା ଦରମା ଏବଂ ସୁବିଧା ନିର୍ଣ୍ଣୟ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରିବେ ।
କେଉଁ ସେକ୍ଟରରେ ବଢିବ ଅଧିକ ଦରମା- ରିପୋର୍ଟ ଅନୁଯାୟୀ, 2025 ମସିହାରେ ଇ-କମର୍ସ କ୍ଷେତ୍ରରେ ସର୍ବାଧିକ 10.5% ଦରମା ବୃଦ୍ଧି ହେବାର ଆଶା କରାଯାଉଛି । ଏହାର କାରଣ ହେଉଛି ଅନଲାଇନ୍ ବ୍ୟବସାୟର ଅଭିବୃଦ୍ଧି, ଗ୍ରାହକଙ୍କ ଖର୍ଚ୍ଚ ବୃଦ୍ଧି ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରସାର ।
ଆର୍ଥିକ ସେବା କ୍ଷେତ୍ରରେ ୧୦.୩% ଦରମା ବୃଦ୍ଧି ହୋଇପାରେ ।
ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (GCC) ୧୦.୨% ଅଭିବୃଦ୍ଧି ପାଇବାର ଆଶା କରାଯାଉଛି ।
ଆଇଟି କ୍ଷେତ୍ରର ଦରମା ବୃଦ୍ଧି ୯.୬% (୨୦୨୪ ରେ ୯.୮% ରୁ) ହ୍ରାସ ପାଇବାର ଆଶା କରାଯାଉଛି ।
ଆଇଟି ଏନାବଲ ସର୍ଭିସେସ (ITeS) କ୍ଷେତ୍ରରେ ଦରମା ବୃଦ୍ଧି 2024 ରେ 9.2% ରୁ 9% କୁ ହ୍ରାସ ପାଇପାରେ ।
ଅଟୋମୋବାଇଲ୍, ଫାର୍ମା ଏବଂ ଉତ୍ପାଦନ କ୍ଷେତ୍ରରେ ଦରମାରେ ବହୁତ ପରିବର୍ତ୍ତନ ହେବାର ଆଶା କରାଯାଉଛି ।