CTTC ପରିଦର୍ଶନ କଲେ ଇସ୍ରୋ ଅଧ୍ୟକ୍ଷ, ଚନ୍ଦ୍ରାୟନ-5କୁ ନେଇ କହିଲେ…
'ଅପରେସନ୍ ସିନ୍ଦୂର’ରେ ଇସ୍ରୋର ଥିଲା ବଡ଼ ଭୂମିକା ।
ଭୁବନେଶ୍ବର: ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିଥିଲେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ । ସିଟିଟିସି ସହ ଇସ୍ରୋର ୩୦ ବର୍ଷର ସମ୍ପର୍କ ରହିଛି । ଏହାସହିତ ଅପରେସନ ସିନ୍ଦୂରରେ ଇସ୍ରୋର କଣ ଭୂମିକା ଥିଲା ତାହା କହିଛନ୍ତି ନାରାୟଣନ ।
ସିସିଟିସିରେ ସାଟେଲାଇଟ୍ ପଲ୍ୟୁସନ ଏଠି ତିଆରି ହେଉଛି । ଚନ୍ଦ୍ରାୟନ ୪ ଏକ ସାମ୍ପୂଲ କଲେକ୍ସନ ମିଶନ ଭାବେ ଯିବ । ଇସ୍ରୋ ବର୍ତ୍ତମାନ ଏହା ଉପରେ କାମ କରୁଛି ।
ଏହି ମିଶନ ଚନ୍ଦ୍ରରୁ ନମୂନା ସଂଗ୍ରହ କରି ଭାରତକୁ ଫେରିବ । ଏହାପରେ ଚନ୍ଦ୍ରାୟନ -୫ ଜାପାନର ଜ୍ୟାକ ସହ ମିଶି ଲଞ୍ଚ କରାଯିବ । ଚନ୍ଦ୍ରାୟନ-୩ ରେ ଲ୍ୟାଣ୍ଡର ୧୬୦୦ କେଜିର ଥିଲା ଚନ୍ଦ୍ରାୟନ-୫ରେ ୬୪୦୦ କେଜିର ଲ୍ୟାଣ୍ଡର ରହୁଛି ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ।
ଅନ୍ୟପଟେ ଗଗନଯାନକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ । ଗଗନ ଯାତ୍ରୀଙ୍କୁ ସ୍ପେସକୁ ନେବା ପାଇଁ ଆମର ପ୍ରସ୍ତୁତି ଚାଲିଛି । ପ୍ରଥମ ବିନା କ୍ରିଉ ମିଶନ ଏହି ବର୍ଷ ହେବ । ଏହାପରେ ଆଉ ୨ ଟି କ୍ରିଉ ମିଶନ ପରେ ୨୦୨୭ ପ୍ରଥମ ତ୍ରୟମାସରେ ସ୍ପେସ ଯାତ୍ରୀଙ୍କୁ ନେଇ ଯିବ।
2028 ମସିହାରେ ଭାରତର ପ୍ରଥମ ସ୍ସେସ ଷ୍ଟେସନ ହେବ । ଅନେକ ଉପଗ୍ରହ ଅପରେସନରେ ସାମିଲ ଥିଲା । ଆତଙ୍କୀଙ୍କ ଠିକଣାକୁ ଠାବ କରିବା ଏବଂ ସେନାକୁ ସହାୟତା କରିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ପ୍ରମୁଖ ଭୂମିକା ରହିଥିଲା ।