fbpx

ଭାରତ ସ୍ୱର୍ଗ ପରି ସୁରକ୍ଷିତ, ଆଫଗାନିସ୍ତାନର ସବୁଆଡ଼େ କେବଳ ଗୁଳି ଓ ବୋମା ବିସ୍ଫୋରଣର ଶବ୍ଦ

Advertisement

ନୂଆଦିଲ୍ଲୀ: ତାଲିବାନି ମାନଙ୍କ ପାଇଁ ଏବେ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇପଡ଼ିଛି । ତେଣୁ ସେହି ଭୟରେ ଲୋକାମାନେ ଦେଶ ଛାଡ଼ି ଅନ୍ୟତ୍ର ପଳାଉଛନ୍ତି । ଏହି ପରିପ୍ରେକ୍ଷୀରେ ଅନେକ ଅଫଗାନ୍ ନାଗରିକ ଭାରତ ଆସିଛନ୍ତି । ସେମାନେ ସେଠାରେ ଜାରୀ ରହିଥିବା ଦୃଶ୍ୟ ବଖାଣିଛନ୍ତି । ସେମାନଙ୍କ କହିଛନ୍ତି ଯେ, ଆଫଗାନିସ୍ତାନରେ ସବୁ ସ୍ଥାନରୁ କେବଳ ଗୁଳି ଓ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି । ତାଲିବାନି ମାନଙ୍କ ଉପରେ ବିଶ୍ୱାସ କରାଯାଇପାରେନା । ଆମେ ମାନେ ସେଠାରେ ଭୟ ଭିତରେ ବଞ୍ଚୁଥିଲୁ । ଏହି କଥା ଦିଲ୍ଲୀରେ ପହଞ୍ଚିଥିବା କିଛି ଲୋକ କହିଛନ୍ତି । ରବିବାର ଦିନ ଆଫଗାନିସ୍ତାନରେ ବିଭିନ୍ନ ବିମାନ ଜରିଆରେ ୨୦୦ରୁ ଅଧିକ ଲୋକ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି ।

ସେମାନେ ପହଞ୍ଚିବା ପରେ ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି । ଆଉ କହିଛନ୍ତି ଯେ, ଭାରତ ଆମ ପାଇଁ ସ୍ୱର୍ଗ ପରି ସୁରକ୍ଷିତ । ଆଫଗାନିସ୍ତାନର ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ରୂପେ ବିଗିଡିଯାଇଛି । ଲୋକମାନେ ବ୍ୟାଙ୍କରୁ ସେମାନଙ୍କ ଟଙ୍କା ଉଠାଇନେଇଛନ୍ତି । ବିମାନବନ୍ଦର ପାଖରେ ଥିବା ଘର ଓ ହୋଟେଲ ମାନଙ୍କରେ ଅନେକ ମାତ୍ରାରେ ଲୋକ ରହିଛନ୍ତି କେବଳ ଦେଶ ଛାଡ଼ିବା ପାଇଁ । ସେହିପରି ଅନେକ ଲୋକ ନିଜ ନିଜ ଦେଶକୁ ଫେରିବା ପାଇଁ ଚାହିଁ ରହିଛନ୍ତି ।

ଏହି ଆଧାରରେ ଦିପେଶ ଶେରପା ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ଏକ ସପ୍ତାହ ହେଲା ସେ ଠିକ୍ ଭାବରେ ଖାଇନାହାନ୍ତି କି ଶୋଇନାହାନ୍ତି । ଲଗାତର ଭାବେ ସେ ଭାରତୀୟ ଦୂତାବାସ ସହ ସମ୍ପର୍କ ରେ ରହିଥିଲେ ଏବଂ ସେ ଭାରତକୁ ଫେରି ଖୁବ୍ ଖୁସି ଅଛନ୍ତି । ଆଫଗାନିସ୍ତାନରେ ସ୍ଥିତି ସୁଧୁରିବାକୁ ଅନେକ ସମୟ ଲାଗିପାରେ । ଆଫଗାନିସ୍ତାନରେ ଲୋକମାନେ ଘରମାନଙ୍କରେ ରହିଛନ୍ତି ଏବଂ ରାସ୍ତା ଘାଟରେ ତାଲିବାନି ମାନେ ଗାଡ଼ି ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.