fbpx
BSKY SKY
BSKY SKY

ସେ ଦିନ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ସିରିଜ ସମ୍ଭବ ନୁହେଁ… BCCIର ପ୍ଲାନ କହିଲେ ଖେଳମନ୍ତ୍ରୀ ଅନୁରାଗ ଠାକୁର

BSKY

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପ୍ ଫାଇନାଲରେ ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ସେପଟେ ସୁପର-୪ ରାଉଣ୍ଡରେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ । ତେବେ ବର୍ତ୍ତମାନ ଭାରତୀୟ ଦଳ ଏସିଆ କପ୍ ଫାଇନାଲ ଏବଂ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭାରତ-ପାକିସ୍ତାନ ସିରିଜକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ଖେଳମନ୍ତ୍ରୀ ଅନୁରାଗ ଠାକୁର । ଉଭୟ ଦଳ ମଧ୍ୟରେ କେବେ ହେବ ଦ୍ୱିପାକ୍ଷିକ ସିରିଜ? ଏହି ବିରାଟ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଖେଳମନ୍ତ୍ରୀ । ତେବେ ଏହି ସିରିଜ ପାଇଁ ସେ ଏକ ଦିନ ମଧ୍ୟ ଧାର୍ଯ୍ୟ କରିଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ଚିର ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ କେବଳ ଆଇସିସି ଇଭେଣ୍ଟ ବା ଏସିଆ କପ ରେ ହଁ ମୁହାଁମୁହିଁ ହେଉଛନ୍ତି । ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ କେଳାଯାଉ ନାହିଁ । ସୀମାରେ ଜାରି ରହିଥିବା ତିକ୍ତତା ଉଭୟ ଦେଶର କ୍ରୀଡ଼ା ସମ୍ପର୍କରେ ମଧ୍ୟ ପ୍ରଭାବ ପକାଉଛି । ତେଣୁ ଉଭୟ ଦେଶ ମଧ୍ୟରେ ବାଇଲାଟେରାଲ ସିରିଜ ଖେଳିବା ସମ୍ଭବ ହୋଇ ପାରୁନାହିଁ । ତେବେ ଏ ନେଇ ଖେଳମନ୍ତ୍ରୀ କହିଛନ୍ତି ଯେ, ବିସିସିଆଇ ବହୁ ଆଗରୁ ଏହାର ନିଷ୍ପତ୍ତି ନେଇ ସାରିଛି । ଯେ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ଅନୁପ୍ରବେଶ ଏବଂ ସୀମାରେ ଆତଙ୍କବାଦୀ ଆକ୍ରମଣ ବନ୍ଦ ନ ହୋଇଛି, ସେ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ସମ୍ଭବ ନୁହେଁ । ତେବେ ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ଭାବନା ହୋଇପାରେ ବୋଲି କହିଛନ୍ତି ଅନୁରାଗ ଠାକୁର ।

ନିକଟରେ ଆତଙ୍କବାଦ ଆକ୍ରମଣରେ ଜଣେ କର୍ଣ୍ଣଲ, ଜଣେ ମେଜର ଏବଂ ଜମ୍ମୁ କାଶ୍ମୀର ପୋଲିସର ଜଣେ ଉପଧୀକ୍ଷକ ସହୀଦ ହୋଇଛନ୍ତି । ତେବେ ଏହି ଘଟଣାକୁ ନେଇ ଉଭୟ ଦଳର କ୍ରିକେଟ ସମ୍ପର୍କ ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୂଚନା ଥାଉ କି, ଏସିଆ କପରେ ଭାରତ ପାକିସ୍ତାନକୁ ଚକମା ଦେଇ ଫାଇନାଲରେ ପ୍ରବେଶ କରିଥିବା ବାବର ସେନା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି । ତେଣୁ ଭାରତ-ପାକିସ୍ତାନ ମଧ୍ୟରେ ପରବର୍ତ୍ତୀ ମ୍ୟାଚ ଆସନ୍ତା ଦିନିକିଆ ବିଶ୍ୱକପରେ ଅକ୍ଟୋବର ୧୪ ତାରିଖରେ ଖେଳାଯିବ ।

Get real time updates directly on you device, subscribe now.