fbpx

ବଡ ଖବର! ଫିକ୍ସ ହେବାକୁ ଯାଉଛି ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ସାମନାକୁ ଆସିଲା ଆଶ୍ଚର୍ଯ୍ୟକର ଫଟୋ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ବିଶ୍ବକପ ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ଏହାକୁ ଆହୁରି ପ୍ରାୟ ୧୦୦ ଦିନ ବାକି ରହିଛି । ତେବେ ବିଶ୍ୱକପରେ ଅକ୍ଟୋବର ୧୫ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେଣୁ ଏହି ମ୍ୟାଚକୁ ନେଇ ଉତ୍ସାହ ବଢିବାରେ ଲାଗିଛି । ଏହାକୁ ନେଇ ଆଲୋଚନା ଲାଗି ରହିଥିବା ବେଳେ ଏବେ ଏକ ଫଟୋ ସାମନାକୁ ଆସିଛି । ଯେଉଁଥିରେ ମ୍ୟାଚର ପ୍ରାୟ ସାଢେ ୩ ମାସ ପୂର୍ବରୁ ଏହି ଫଟୋ ସାମନାକୁ ଆସିଛି । ଏହି ଫଟୋ ଏବେ ମ୍ୟାଚ ଫିକ୍ସିଂକୁ ନେଇ ଚର୍ଚ୍ଚା ବଢାଇ ଦେଇଛି ।

ଆଗକୁ ଦିନିକିଆ ବିଶ୍ୱକପ ଆସୁଥିବା ବେଳେ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ଆଇସିସିର ବଡ ବଡ ଇଭେଣ୍ଟରେ ଏହି ଦୁଇ ଚିର-ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ହାଇ ଭୋଲ୍ଟେଜ ମ୍ୟାଚକୁ ସମସ୍ତଙ୍କର ଅପେକ୍ଷା ରହିଥାଏ । କିନ୍ତୁ ଆସନ୍ତା ବିଶ୍ୱକପରେ ଏହି ମ୍ୟାଚକୁ ନେଇ ବଡ ଅପଡେଟ ସାମନାକୁ ଆସିଛି । ଏହି ମ୍ୟାଚରେ ଭାରତ ପାକିସ୍ତାନ ଉପରେ ଭାରୀ ପଡିବ ବୋଲି କୁହାଯାଉଛି । ଏହାକୁ ଆଧାର କରି ଜଣେ ଫ୍ୟାନ୍ସ ଏହି ମ୍ୟାଚର ସ୍କୋରକାର୍ଡ ପ୍ରସ୍ତୁତ କରି ସାରିଲେଣି । ମ୍ୟାଚ ହେବାର ସାଢେ ୩ ମାସ ପୂର୍ବରୁ ମ୍ୟାଚର ଫଳାଫଳ କ’ଣ ହେବ ତାହା ଅନୁମାନ କରି ସେ ଏକ ପୋଷ୍ଟ କରିଛନ୍ତି, ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ୟୁଜରଙ୍କ ଏହି ପୋଷ୍ଟ(ସ୍କୋରକାର୍ଡ)ରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ପାକିସ୍ତାନକୁ ୩୩୫ରନର ଏକ ବିଶାଳ ଲକ୍ଷ୍ୟ ଦେଇଛି । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଶତକ ବଳରେ ଭାରତ ମାତ୍ର ୪ ୱିକେଟ ହରାଇ ଏହି ସ୍କୋର ଠିଆ କରିପାରିଛି । ଏହି ସ୍କୋରକାର୍ଡ ଅନୁସାରେ, ମାତ୍ର ୮୩ ବଲରୁ ୧୧୯ ରନର ଏକ ବିସ୍ଫୋଟକ ପାଳି ଖେଳିଛନ୍ତି କିଙ୍ଗ କୋହଲି । ତେବେ ପାକିସ୍ତାନର ଷ୍ଟାର ବୋଲର ଶାହୀନ ଆଫ୍ରିଦି ୧୦ ଓଭରରେ ୮୪ ରନ୍ ଦେଇ ୨ ଟି ସଫଳତା ହାସଲ କରିଛନ୍ତି । ତେବେ ଏହାର ଜବାବରେ ପାକିସ୍ତାନ ଟିମ ମାତ୍ର ୨୩୭ ରନରେ ଅଲଆଉଟ ହୋଇଥିବା ଦେଖାଇଛନ୍ତି ଏହି ପ୍ରଶଂସକ । ପାକିସ୍ତାନପକ୍ଷରୁ ଓପନର ମହମ୍ମଦ ରିଜୱାନ କେବଳ ୬୮ ବଲରୁ ୫୪ ରନ କରିଥିବା ବେଳେ ୪୫.୪ ଓଭରରେ ଦଳ ଅଲ ଆଉଟ ହୋଇଛି । ତେବେ ମହମ୍ମଦ ସିରାଜ ୧୦ ଓଭର କୋଟାରେ ୩୬ ରନ ବ୍ୟୟ କରି ୩ଟି ୱିକେଟ ହାସଲ କରିଛନ୍ତି । ଫଳରେ ଭାରତ ଏହି ମ୍ୟାଚକୁ ୯୭ ରନର ଏକ ବଡ ବ୍ୟବଧାନରେ ବିଜୟ ହାସଲ କରିଛି ।

Get real time updates directly on you device, subscribe now.