fbpx

ଫ୍ରାନ୍ସରେ ଅଟକ ଭାରତୀୟ ବିମାନ, ମାନବ ଚାଲାଣ ସନ୍ଦେହ

Advertisement

ଫ୍ରାନ୍ସ: ଗୁରୁବାର ଫ୍ରାନ୍ସରେ ୩୦୦ରୁ ଉର୍ଦ୍ଧ୍ୱ ଭାରତୀୟ ଯାତ୍ରୀ ଥିବା ଏକ ବିମାନକୁ ଅଟକ ରଖାଯାଇଥିଲା । ମାନବ ଚାଲାଣ ସନ୍ଦେହ ଆଧାରରେ ଉକ୍ତ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିବା ନେଇ ଗୁଇନ୍ଦା ସୂତ୍ରରୁ ପ୍ରକାଶ ।

ଶୁକ୍ରବାର, ଫ୍ରାନ୍ସ ଅଧିକାରୀଙ୍କ ସୂଚନାନୁଯାୟୀ ରୋମାନିଆ କମ୍ପାନୀ ‘ଲିଜେଣ୍ଡ ଏୟାରଲାଇନ୍ସ’ର ଏ୩୪୦ ନାମକ ବିମାନଟି ଦବାଇରୁ ୩୦୩ ଭାରତୀୟଙ୍କୁ ନେଇ ନିକାରାଗୁଆ ଅଭିମୂଖେ ଯାତ୍ରା କରୁୁଥିଲା । ତେବେ ବିମାନଟି ଫ୍ରାନ୍ସର ଭାଟ୍ରି (Vatry) ନାମକ ଏକ ବିମାନବନ୍ଦରରେ ଇନ୍ଧନ ଭରିବା ପାଇଁ ଅଟକିଥିଲା । କିନ୍ତୁ ବିମାନଟି ଅବତରଣ କରିବାର କିଛି ସମୟ ପରେ ଫ୍ରାନ୍ସ ପୋଲିସ ହଠାତ ସେଠାରେ ପହଞ୍ଚି ଭାରତୀୟ ନାଗରିକଙ୍କୁ ନିଜ ହେପାଜତକୁ ନେଇଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ ନ ହେବା ଯାଏଁ ସେମାନଙ୍କ ବିଶ୍ରାମ ନିମନ୍ତେ ବନ୍ଦରର ଅଭ୍ୟର୍ଥନା ପ୍ରକୋଷ୍ଠରେ ଅସ୍ଥାୟୀ ବନ୍ଦୋବସ୍ତ କରାଯାଇଛି । ଇତିମଧ୍ୟରେ ଅଟକ ଥିବା ବିମାନ ସମ୍ପର୍କରେ ଭାରତୀୟ ଦୂତାବାସକୁ ଫ୍ରାନ୍ସ କତ୍ତୃପକ୍ଷ ତଥ୍ୟ ପ୍ରଦାନ କରିବା ସାହ ମାନବଚାଲାଣ ମାମଲାର ତଦନ୍ତ ପାଇଁ ସହାୟତା ଲୋଡ଼ିଛନ୍ତି । ଏହି ଘଟଣା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ‘ଲିଜେଣ୍ଡ ଏୟାରଲାଇନ୍ସ’ ପକ୍ଷରୁ କୌଣସି ପ୍ରତିକ୍ରିଆ ମଳିପାରି ନାହିଁ ।

Get real time updates directly on you device, subscribe now.