fbpx

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ବାହାରିଛି ନିଯୁକ୍ତି : ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଆସିଛି ଖୁସି ଖବର । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତରଫରୁ ନିଯୁକ୍ତିର ବିଜ୍ଞାପନ ଜାରି କରାଯାଇଛି । ଇଚ୍ଛୁକ ଥିବା ପିଲାମାନେ ଆବେଦନ ପାଇଁ ଅଫିସିଆଲ ୱେବସାଇଡ ippbonline.com କୁ ଯାଇ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ଅଗଷ୍ଟ ୧୬ ପର୍ଯ୍ୟନ୍ତୁ ରହିଛି । ସୂଚନା ଅନୁସାରେ ଏହି ନିଯୁକ୍ତି ଦ୍ୱାରା ଏଗଜିକ୍ୟୁଟିଭର ୧୩୨ଟି ପଦବୀ ପୂରଣ ହୋଇଯିବ । ଏହି ନିଯୁକ୍ତିରେ ଜେନେରାଲ ପାଇଁ ୫୬ଟି ପଦବୀ, ଏସସି ର ୧୯ଟି, ଏସଟିର ୯ଟି, ଓବିସିର ୩୫ଟି ଏବଂ ଅର୍ଥନୈତିକ ସପ୍ତାହରେ ୪ଟି ପଦବୀ କରାଯିବ ।

କେଉଁ ରାଜ୍ୟରେ କେତୋଟି ପଦବୀ :
ଛତିଶଗଢ – ୨୭
ଆସାମ- ୨୬
ହିମାଞ୍ଚଳ ପ୍ରଦେଶ-୧୨
ଉତ୍ତରାଖଣ୍ଡ-୧୨
ଅରୁଣାଞ୍ଚଳ ପ୍ରଦେଶ-୧୦
ନାଗାଲାଣ୍ଡ-୯
ମଣିପୁର-୯
ମେଘାଳୟ-୮
ଜାମ୍ମୁ-କାଶ୍ମୀର -୭
ମିଜୋରାମ-୬
ତ୍ରିପୁରା-୫
ଲାଦାଖ- ୧

ଚୟନ ପ୍ରକ୍ରିୟା : ପଦବୀ ପାଇଁ ଗ୍ରୃପ ଡିସ୍କଶନ ଏବଂ ଇଣ୍ଟରଭ୍ୟୁ, ଅନଲାଇନ ମାଧ୍ୟମରେ କରାଯାଇ ପ୍ରର୍ଥୀ ଚୟନ କରାଯିବ ।

ଦରମା : ଏହି ପଦବୀ ଗୁଡିକ ପାଇଁ ଚୟନ କରାଯାଇଥିବା ପ୍ରର୍ଥୀଙ୍କୁ ୩୦,୦୦୦ଟଙ୍କା ଦରମା ଦିଆଯିବ ।

ବୟସ ସୀମା : ଆବେଦନ କାରୀଙ୍କ ବୟସ ସୀମା ୨୧ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଦେବାକୁ ପଡିବ । ଅନ୍ୟପଟେ ଏସସି, ଏସଟି,ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଦେଇ ଆବେଦନ କରନ୍ତୁ ।

କିପରି କରିବେ ଆବେଦନ :
. ସର୍ବପ୍ରଥମେ ଅଫିସିଆଲ ୱେବସାଇଡକୁ ଖୋଲନ୍ତୁ ।
. ବର୍ତ୍ତମାନ ଭର୍ତ୍ତୀ ପାଇଁ ଦେଇଥିବା ଲିଙ୍କରେ କ୍ଲିକ କରନ୍ତୁ ।
. ଏବେ ପ୍ରାର୍ଥୀ ନିଜର ଡିଟେଲ୍ସ ଦେଇ, ଆଇଡି ଏବଂ ପାସୱାର୍ଡ ତିଆରି କରନ୍ତୁ ।
. ଏହାପରେ ଫର୍ମକୁ ଭରି ସବମିଟ କରି ଦିଅନ୍ତୁ ।
. ସବମିଟ ପରେ ଆବେଦନ କରିଥରବା ଫର୍ମକୁ ଡାଉନଲୋଡ କରନ୍ତୁ ।
. ଶେଷରେ ପ୍ରାର୍ଥୀ ଆବେଦନ କରିଥିବା ଫର୍ମର ଏକ ପ୍ରିଣ୍ଟ ବାହାର କରନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :

https://ibpsonline.ibps.in/ippbemay23/

 

Get real time updates directly on you device, subscribe now.