fbpx

ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ଲଜ୍ଜାଜନକ ପରାଜୟ ପରେ ଇଂଲଣ୍ଡ ବାଦ୍ ପଡ଼ିଲା

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ କ୍ରମାଗତ ୫ଟି ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ଆଜି ଇଂଲଣ୍ଡକୁ ଭେଟିଥିଲା । ପୂର୍ବରୁ ପ୍ରତ୍ୟେକ ମ୍ୟାଚରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ଜିତି ଆସିଥିବା ଭାରତ ଏଥର କିନ୍ତୁ ପ୍ରଥମେ ବ୍ୟାଟିଂ କରି ଝୁଣ୍ଟିଥିଲା । ମାତ୍ର ୪୦ ରନରେ ଦଳ ଶୁବମନ ଗିଲ, ବିରାଟ କୋହଲି ଓ ଶେୟସ ଆୟରଙ୍କ ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା ।

ଅନ୍ୟପକ୍ଷରେ ୫ଟି ମ୍ୟାଚ ଖେଳି ୪ଟିରେ ପରାଜୟ ବରଣ କରିଥିବା ଇଂଲଣ୍ଡ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୯ ୱିକେଟ ହରାଇ ୨୨୯ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ରୋହିତ ଶର୍ମା ୮୭, କେଏଲ ରାହୁଲ ୩୯ ଓ ସୂର୍ଯ୍ୟକୁମାର ଯାଦବ ୪୯ ରନ୍ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲେ ୩ଟି, କ୍ରିସ ଓକସ୍ ଓ ଆଦିଲ ରଶିଦ ଉଭୟେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟାଟିଂରେ ବିଫଳ ହୋଇଥିବା ଟିମ୍ ଇଣ୍ଡିଆ ବୋଲିଂରେ କିନ୍ତୁ କମାଲ ଦେଖାଇଥିଲା । ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମୀ ଓ କୁଲଦୀପ ଯାଦବଙ୍କ ବୋଲିଂ ଯାଦୁରେ ଇଂଲଣ୍ଡ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ମହମ୍ମଦ ସାମି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ବୁମ୍ରା ୩ଟି ଓ କୁଲଦୀପ ୨ଟି ୱିକେଟ ଅକ୍ତିଆର କରିଥିଲେ । ଇଂଲଣ୍ଡ ୧୨୯ ରନରେ ଅଲଆଉଟ୍ ହେବା ସହ ଭାରତ ୧୦୦ ରନରେ ବିଜୟ ହାସଲ କରିଥିଲା । ଏହି ବିଜୟ ପରେ ପ୍ରଥମ ଦଳ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଲଜ୍ଜାଜନକ ପରାଜୟ ପରେ ସେମିରୁ ବାଦ୍ ପଡ଼ିଛି ।

Get real time updates directly on you device, subscribe now.