ଦିନିକିଆ ବିଶ୍ୱକପ, ଏହି ଦିନ ପାକିସ୍ତାନ ସହ ମହାଲଢେଇ, କେବେ କାହା ସହ ଖେଳିବ ଟିମ୍ ଇଣ୍ଡିଆ…

ଦିନିକିଆ ବିଶ୍ୱକପ, ଏହି ଦିନ ପାକିସ୍ତାନ ସହ ମହାଲଢେଇ, କେବେ କାହା ସହ ଖେଳିବ ଟିମ୍ ଇଣ୍ଡିଆ...

ଓଡିଶା ଭାସ୍କର: ଦିନିକିଆ ବିଶ୍ୱକପ । ମହାସମରରେ ଲଢେଇ କରିବେ ବିଶ୍ୱର ଟପ ଟିମ୍ । ଦୁନିଆ ଦେଖିବ ନୂଆ ଚାମ୍ପିୟନ ।  ଭାରତୀୟ ମହିଳା ଦଳ ଆସନ୍ତା 30 ସେପ୍ଟେମ୍ୱରରୁ ଦିନିକିଆ ବିଶ୍ୱକପରେ ନିଜର ଅଭିଯାନର ଶୁଭାରମ୍ଭ କରିବ ।  ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଭିଡିବ ନିଜର ପଡୋଶୀ ଶ୍ରୀଲଙ୍କାକୁ । ଏହାବାଦ ଦ୍ୱିତୀୟ ମ୍ୟାଚ ଭାରତ 5 ଅକ୍ଟୋବରରେ ନିଜର ଚିରପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ସହ ଖେଳିବ । ଯାହାକୁ ପ୍ରଶଂସକ ଚାତକ ଭଳି ଚାହିଁ ମଧ୍ୟ ରହିଛନ୍ତି ।

 

ଏହାବାଦ 12 ଅକ୍ଟୋବରରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଘମାଘୋଟ ଲଢେଇ ଦେଖିବେ ଫ୍ୟାନ୍ସ ।  ସେପଟେ 19 ଅକ୍ଟୋବରରେ ଭାରତ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ ମୁକାବିଲା ଖେଳାଯିବ ।  ତଦସହିତ 23  ଓ 26 ଅକ୍ଟୋବରରେ ଭାରତ ଯଥାକ୍ରମେ  ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ସହ ଅବତ୍ତୀର୍ଣ୍ଣ ହେବ ବିଶ୍ୱକପ 2025ରେ ।

ଭାରତର ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ:

  1. 30 ସେପ୍ଟେମ୍ୱର- ଭାରତ ବନାମ ଶ୍ରୀଲଙ୍କା
  2. 25 ଅକ୍ଟୋବର- ଭାରତ ବନାମ ପାକିସ୍ତାନ
  3. 9 ଅକ୍ଟୋବର- ଭାରତ ବନାମ ଦକ୍ଷିଣ ଆଫ୍ରିକା
  4. 12 ଅକ୍ଟୋବର- ଭାରତ ବନାମ ଅଷ୍ଟ୍ରେଲିଆ
  5. 19 ଅକ୍ଟୋବର- ଭାରତ ବନାମ ଇଂଲଣ୍ଡ
  6. 23 ଅକ୍ଟୋବର- ଭାରତ ବନାମ ନ୍ୟୁଜିଲାଣ୍ଡ
  7. 26 ଅକ୍ଟୋବର- ଭାରତ ବନାମ ବାଂଲାଦେଶ

କହିରଖୁ, ସେମିଫାଇନାଲ ମ୍ୟାଚର  କାର୍ଯ୍ୟସୂଚୀ ସେମିପାଇନାଲ ମ୍ୟାଚକୁ କ୍ୱାଲିଫାଇ କରିଥିବା ଟିମକୁ ଦେଖି ପରେ ପ୍ରକାଶ କରାଯିବ ବୋଲି ଜଣାପଡିଛି । ପ୍ରଥମ ସେମିଫାଇନାଲ ଗୌହାଟି କିମ୍ୱା କଲମ୍ୱୋରେ ଖେଳାଯାଇପାରେ । ଏହାବାଦ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବେଙ୍ଗାଲୁରୁସ୍ଥିତ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାର ରହିଛି । ସେପଟେ ଏଯାଏଁ ଫାଇନାଲ ମ୍ୟାଚର ସ୍ଥାନ ସ୍ଥିର ହୋଇ ନାହିଁ ।

 

ପ୍ରକାଶଥାଉ ଯେ, ଭାରତୀୟ ମହିଳା ଦଳ ଏଯାଏଁ କେବେ ବି ମହିଳା ଦିନିକିଆ ବିଶ୍ୱକପ ଟ୍ରଫି ଜିତି ନାହିଁ । 1973 ରୁ ଆଜି ପର୍ଯ୍ୟନ୍ତ 12ଥର ମହିଳା ଦିନିକିଆ ବିଶ୍ୱକପ ଖେଳାଯାଇ ସାରିଛି । ଭାରତ 2 ଥର ଫାଇନାଲ ଖେଳିଛି ସତ, ମାତ୍ର ଉଭୟ 2005 ଓ 2007 ମସିହାରେ ଦଳ ପରାସ୍ତ ହୋଇଛି । ଫ୍ୟାନ୍ସ ଚଳିତ ବର୍ଷ ଭାରତୀୟ ମହିଳା ଦଳ ବିଶ୍ୱକପ ଟ୍ରଫି ଜିତିବ ବୋଲି ଆଶା ବାନ୍ଧି ରହିଛନ୍ତି ।