Breaking: ଭାରତ ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ
୨୨୯ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ। ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୨୨୮ ରନରେ ଅଲଆଉଟ୍ ହେଲା ବାଂଲାଦେଶ।
ଦୁବାଇ: ଭାରତ ଆଗରେ ୨୨୯ ରନର ଲକ୍ଷ ଛାଡିଲା ବାଂଲାଦେଶ। ପ୍ରଥମରୁ ଯେଉଁଭଳି ଭାବରେ ବାଂଲାଦେଶର ତିନୋଟି ଓ୍ୱିକେଟ୍ ଯାଇଥିଲା। ଆଶା କରାଯାଉନଥିଲା କି ଦଳ ଏତେ ରନ କରିପାରିବ।
ହେଲେ ବାଂଲାଦେଶର ଦୁଇ ବ୍ୟାଟ୍ସମ୍ୟାନ ତୋହିଦ୍ ହ୍ରିଦୟ ଓ ଜାକର ଅଲ୍ଲି ଲଢୁଆ ଇନିଂସ ଖେଳି ସ୍ଥିତିକୁ ସମ୍ଭାଳି ନେଲେ। ଆଉ ଏବେ ଭାରତ ଆଗରେ ଛାଡିଦେଇଗଲେ ୨୨୯ ରନର ଲକ୍ଷ୍ୟ। ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ବାଂଲାଦେଶ।
ଦୁବାଇଠାରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫିର ଏକ ଲିଗ ମ୍ୟାଚରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ହେଲେ ପ୍ରଥମରୁ ଟସ୍ ଜିତି ବାଂଲାଦେଶ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ସତ। ହେଲେ ମାତ୍ର ୩୫ ରନରେ ୫ଟି ଓ୍ୱିକେଟ ଯିବାପରେ, ଆଶା କରାଯାଉନଥିଲା କି ଏତେ ରନ ହେବ ବୋଲି।
ଏହି ମ୍ୟାଚରେ ବାଂଲାଦେଶ ପକ୍ଷରୁ ଟାଞ୍ଜିଦ ହୁସେନ ଓ ସୌମ୍ୟ ସରକାର ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ସରକାର ଖାତା ଖୋଲିବା ପୂର୍ବରୁ ମହମ୍ମଦ ସମ୍ମିଙ୍କ ବଲରେ ଆଉଟ ହୋଇଥିଲେ। ତାଙ୍କ ପରେ ଆସିଥିବା ନଜମଲ ହୁସେନ ସାଣ୍ଟୋ ମଧ୍ୟ ଖାତା ଖୋଲିବା ପୂର୍ବରୁ ହର୍ଷିତ ରାଣାଙ୍କ ବଲରେ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ହୋଇଥିଲେ।
ସେହିପରି ମେହେଦି ହାସାନ ମିରାଜ ମାତ୍ର ୫ ରନ କରି ସମ୍ମିଙ୍କ ବଲରେ ଶୁଭମନ ଗିଲଙ୍କ ହାତରେ ଆଉଟ୍ ହୋଇଥିଲେ। ସେହିପରି ତାଞ୍ଜିଦ ୨୫ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ।
ହେଲେ ତୋହିଦ୍ ହ୍ରିଦୟ ଓ ଜାକର ଅଲ୍ଲି ଲଢୁଆ ଇନିଂସ ଖେଳି ସ୍ଥିତିକୁ ସମ୍ଭାଳି ନେଇଥିଲେ। ଆଉ ୨୨୮ ରନ କରି ଅଲଆଉଟ୍ ହୋଇଯାଇଥିଲା ବାଂଲାଦେଶ। ଆଉ ଏବେ ୨୨୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ।