fbpx

ଧୱନଙ୍କ ୪୦; ୧୩୩ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଳୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ରେ ଭାରତ ୧୩୨ ରନ୍ କରିଛି । ଭାରତ ପକ୍ଷରୁ ଜଣେ ବି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲରେ ସକ୍ଷମ ହୋଇନଥିବା ବେଳେ ଭାରତ ୫ ୱିକେଟ ହରାଇ ମାତ୍ର ୧୩୨ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଏହି ମ୍ୟାଚରେ ୪ ଜଣ ପଦାର୍ପଣକାରୀ ଖେଳିଥିଲେ ।
ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଅଧିନାୟକ ଶିଖର ଧୱନ ସର୍ବାଧିକ ୪୦ ରନ୍ କରିଥିଲେ । ଦୁଇ ପଦାର୍ପଣକାରୀ ଋତୁରାଜ ଗାଏକ୍ୱାଡ(୨୧) ଓ ଦେବଦତ୍ତ ପାଡିକଲ(୨୯) ରନ ସଂଗ୍ରହ କରି ଉପଯୋଗୀ ଅବଦାନ ଦେଇଥିଲେ । ଧୱନ ଓ ଗାଏକ୍ୱାଡ ଓପନିଂ ଯୋଡିରେ ୪୯ ରନ୍ ଯୋଡିଥିଲେ । ଦ୍ୱିତୀୟ ୱିକେଟରେ ପାଡିକଲ୍ଙ୍କ ସହିତ ୩୨ ରନ ଯୋଡି ଅଧିନାୟକ ଶିଖର ଧୱନ ପ୍ୟାଭିଲିୟନ ଫେରିଥିଲେ । ଧୱନଙ୍କ ୱିକେଟ ପତନ ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଧୱନ ୪୦ ରନ୍ କରିଥିଲେ ହେଁ ଏଥିପାଇଁ ୪୨ ବଲ ଖେଳିଥିଲେ । ଶ୍ରୀଲଙ୍କା ପକ୍ଷରୁ ଅକିଲା ଧନଞ୍ଜୟ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.