fbpx

୨୯୯ରେ BSNLର ଦମଦାର ଅଫର; ମିଳୁଛି ଏହି ସବୁ ସୁବିଧା

ନୂଆଦିଲ୍ଳୀ: ଗ୍ରାହକଙ୍କ ପାଇଁ ଏକ ଦମଦାର ଅଫର ଲଞ୍ଚ କରିଛି ସରକାରୀ ଟେଳିକମ୍ ସଂସ୍ଥା ବିଏସଏନଏଲ । କମ୍ପାନୀ ପକ୍ଷରୁ ମାତ୍ର ୨୯୯ ଟଙ୍କାରେ ଏକ ବ୍ରଡବ୍ୟାଣ୍ଡ ପ୍ଲାନ ଲଞ୍ଚ କରାଯାଇଛି । ଡିଏଲଏସ୍ ବ୍ରଡବ୍ୟାଣ୍ଡ ନାମକ ଏହି ସେବାକୁ ବିଏସଏନଏଲ ପକ୍ଷରୁ ଲଞ୍ଚ କରାଯାଇଥିବା ବେଳେ ଏହି ପ୍ଲାନ ୨୯୯ରୁ ୧୨୯୯ ମଧ୍ୟରେ ରହିଛି । ୨୯୯ ଟଙ୍କାର ପ୍ଲାନରେ ୧୦ ଏମବିପିଏସ ସ୍ପିଡ ସହିତ ୧୦୦ ଜିବି ଡାଟାର ସୁବିଧା ମିଳୁଛି । ୧୦୦ ଜିବି ଡାଟା ଶେଷ ହେବା ପରେ ସ୍ପିଡ ୨ ଏମବିପିଏସକୁ ହ୍ରାସ ପାଇଥାଏ ।

ଏହା ସହିତ ୩୯୯ ଟଙ୍କାରେ ୨୦୦ ଜିବିର ଡାଟା ମିଳୁଥିବା ବେଳେ ଏଥିରେ ମଧ୍ୟ ଡାଟା ସ୍ପିଡ ୨ ଏମବିପିଏସକୁ ହ୍ରାସ ପାଇଥାଏ । ଅନ୍ୟ ପ୍ୟାକ ଗୁଡିକ ମଧ୍ୟରେ ୫୫୫, ୭୭୯, ୯୪୯ ଓ ୧୨୯୯ ଟଙ୍କାର ପ୍ୟାକରେ ୫୦୦, ୭୭୯, ୧୧୦୦ ଓ ୧୬୦୦ ଜିବିର ଡାଟା ମିଳିଥାଏ । ଏହି ୪ଟି ପ୍ୟାକରେ ଡାଟା ଶେଷ ହେବା ପରେ ଡାଟା ସ୍ପିଡ ୫ ଏମବିପିଏସକୁ ହ୍ରାସ ପାଇଥାଏ । ଉଲ୍ଲେଖଯୋଗ୍ୟ ଯେ, ୨୯୯ ଟଙ୍କାର ଅଫର କେବଳ ନୂତନ ଗ୍ରାହକଙ୍କ ପାଇଁ ୬ ମାସ ଯାଏଁ ଉପଲବ୍ଧ । ୬ ମାସ ଶେଷ ହେବା ପରେ ଏହି ପ୍ଲାନ୍ ସ୍ୱୟଂକ୍ରିୟ ଭାବରେ ୩୯୯କୁ ରୂପାନ୍ତରିତ ହୋଇଥାଏ ।

Get real time updates directly on you device, subscribe now.