fbpx

ନବମ ଶ୍ରେଣୀ ଛାତ୍ର ତିଆରି କଲେ ସିପିୟୁ, ଆକାରରେ ହାତ ପାପୁଲି ସହ ସମାନ

ତାମିଲନାଡୁର ତିରୁଭରୁର ଜିଲ୍ଲାର ନବମ ଶ୍ରେଣୀର ଛାତ୍ର ଏସ୍ ମାଧବ ହାତର ପାପୁଲି ଆକାରର କମ୍ପ୍ୟୁଟର ସିପିୟୁ ତିଆରି କରିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏସ.ଏସ୍ ମାଧବଙ୍କୁ ଭେଟି ଏହି ଅନନ୍ୟ ନିର୍ମାଣ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାଧବଙ୍କ କାର୍ଯ୍ୟକୁ ପ୍ରଶଂସା କରି ଷ୍ଟାଲିନ କମ୍ପ୍ୟୁଟର ସମ୍ବନ୍ଧୀୟ ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ମାଧବଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତାର ଆଶ୍ୱସନା ମଧ୍ୟ ଦେଇଛନ୍ତି ।

ମାଧବ ନବମ ଶ୍ରେଣୀର ଛାତ୍ର । ତାଙ୍କର କମ୍ପ୍ୟୁଟର ପ୍ରତି ବହୁତ ଆଗ୍ରହ ରହିଛି ଏବଂ ସେ ଜାଭା, ପାଇଥନ୍, ସି ++, କୋଟଲିନ୍ ପରି କମ୍ପ୍ୟୁଟର ଭାଷା ଅଧ୍ୟୟନ କରିଛନ୍ତି । କରୋନା କର୍ଫ୍ୟୁ ସମୟରେ ଯେତେବେଳେ ସ୍କୁଲ ବନ୍ଦ ରହିଥିଲା ସେ ଏହି ସମୟକୁ ବ୍ୟର୍ଥ ନକରି ଏହି କମ୍ପ୍ୟୁଟର ଭାଷା ଶିଖିଥିଲେ ଏବଂ ଏହାକୁ କାର୍ଯ୍ୟରେ ଲଗାଇ ତିଆରି କରିଛନ୍ତି ପୋର୍ଟେବୁଲ ମିନି ସିପିୟୁ । ଆଉ ଏହାର ଆକାର ରହିଛି କେବଳ ହାତ ପାପୁଲି ସମାନ ।

ଏନେଇ ମାଧବ କହିଛନ୍ତି ସେ ଏହାକୁ ବିଭିନ୍ନ ଆଉଟଲେଟ ମାଧ୍ୟମରେ ୧ ହଜାରରୁ ୨ ହଜାର ଟଙ୍କାରେ ବିକିବାକୁ ଚାହୁଛନ୍ତି । ସେ ଏପର୍ଯ୍ୟନ୍ତ ୧୫ ସିପିୟୁ ତିଆରି କରି ବିକ୍ରି କରିସାରିଛନ୍ତି । ପ୍ରଥମେ ତାଙ୍କୁ ଏହି ଏହାକୁ ତିଆରି କରିବାରେ ଅସୁବିଧା ହୋଇଥିଲା ସେ ୨୦ ଥର ଫେଲ ମଧ୍ୟ ହୋଇଥିଲେ ଶେଷରେ ୨୧ ତମ ଚେଷ୍ଟାରେ ସେ ସଫଳ ହୋଇଛନ୍ତି ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏସ.ଏସ୍ ମାଧବଙ୍କ ଉଦ୍ଭାବନକୁ ପ୍ରଶଂସା କରିଛନ୍ତି । ଏହା ସହ ତାମିଲନାଡୁ ସରକାର ତାଙ୍କ ଉଚ୍ଚ ଅଧ୍ୟୟନ ଏବଂ କମ୍ପ୍ୟୁଟର ସମ୍ବନ୍ଧୀୟ ଅନୁସନ୍ଧାନ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ନେଇ ଆଶ୍ୱସନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମାଧବଙ୍କ ପିତାମାତା ଉପସ୍ଥିତ ଥିଲେ। ମାଧବ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ ସେ “ଟେରାବାଇଟ୍ ଇଣ୍ଡା ମ୍ୟାନୁଫ୍ୟାକ୍ଚରିଙ୍ଗ କମ୍ପାନୀ” ନାମକ ଏକ କମ୍ପାନୀ ଆରମ୍ଭ କରିଛନ୍ତି । ଏହା ସହ ମିନି ସିପିୟୁକୁ ଖୁବ୍ କମ୍ ମୂଲ୍ୟରେ ଇଣ୍ଟରନେଟ୍ ମାଧ୍ୟମରେ ବିକ୍ରି କରୁଛନ୍ତି ଯାହା ଦ୍ୱାରା ଏହି ଉପକରଣ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ।

Get real time updates directly on you device, subscribe now.