fbpx

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଜାଣନ୍ତୁ କିଏ ରହିବେ ଓ କିଏ ହେବେ ଆଉଟ୍?

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟ ପାଇଁ ୧୬ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଉଭୟ ଟେଷ୍ଟ ମ୍ୟାଚରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ପ୍ରଥମ ଟେଷ୍ଟରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଭାବେ ଦଳର ନେତୃତ୍ୱ ନେବେ । ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଅଧିନାୟକ ହେବେ । ଦଳରେ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି କେ.ଏସ୍ ଭରତ । ରିଦ୍ଧିମାନ ଶାହାଙ୍କ ସହ କେ.ଏସ୍ ଭରତ ସ୍ଥାନ ପାଇଛନ୍ତି । ସମସ୍ତ ଫର୍ମାଟରେ ଖେଳୁଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ଓ ଜସପ୍ରୀତ ବୁମରାହ ମଧ୍ୟ ଟେଷ୍ଟ ଦଳରେ ନାହାନ୍ତି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଦଳ: ଆଜିଙ୍କ୍ୟ ରାହାଣେ (କ୍ୟାପଟେନ୍), କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଶୁଭମନ ଗିଲ, ଶ୍ରେୟସ୍ ଆୟର, ରିଦ୍ଧିମାନ ଶାହା, କେ.ଏସ୍ ଭରତ, ରବିନ୍ଦ୍ର ଜଡେଜା, ଆର ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ: ବିରାଟ କୋହଲି (କ୍ୟାପଟେନ), କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ , ଶୁଭମନ ଗିଲ, ଶ୍ରେୟସ୍ ଆୟର, ରିଦ୍ଧିମାନ ଶାହା, କେ.ଏସ୍ ଭରତ, ରବିନ୍ଦ୍ର ଜଡେଜା, ଆର ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ।

ତେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ନଭେମ୍ବର ୨୫ ରୁ କାନପୁରରେ ଖେଳାଯିବ । ଏଥି ସହିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୩ ରୁ ମୁମ୍ବାଇରେ ଖେଳାଯିବ । କୋହଲି ମୁମ୍ବାଇ ଟେଷ୍ଟ ପାଇଁ କ୍ୟାପଟେନ ବିରାଟ କୋହଲି ଦଳକୁ ଫେରିବେ ।

Get real time updates directly on you device, subscribe now.