fbpx

ଭାରତ-ଶ୍ରୀଲଙ୍କା ସିରିଜର ଶିଡ୍ୟୁଲ ବଦଳିଲା: ଦିନିକିଆ ଓ ଟି-୨୦ ପାଇଁ ନୂଆ ତାରିଖ ଘୋଷଣା କଲା BCCI

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି-୨୦ ସିରିଜର ଶିଡ୍ୟୁଲରେ ପରିବର୍ତ୍ତନ ହୋଇଛି । ତେଣୁ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଓ ଦିନିକିଆ ମ୍ୟାଚ ପାଇଁ ନୂଆ ତାରିଖ ଘୋଷଣା କରିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଜୁଲାଇ ୨୬, ୨୭ ଓ ୨୯ରେ ଟି-୨୦ ସିରିଜର ୩ଟି ମ୍ୟାଚ ଓ ଅଗଷ୍ଟ ୧, ୪ ଓ ୭ରେ ଦିନିକିଆ ସିରିଜର ୩ଟି ମ୍ୟାଚ ଖେଳାଯିବା ପାଇଁ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଏବେ ଦିନିକିଆ ଓ ଟି-୨୦ ସିରିଜର ଶିଡ୍ୟୁଲ ପରିବର୍ତ୍ତନ କରାଯାଇଛି ।

ନୂଆ ଶିଡ୍ୟୁଲ ଅନୁଯାୟୀ, ଭାରତ-ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ ଜୁଲାଇ ୨୭ରୁ ଆରମ୍ଭ ହେବ । ସେହିପରି ଦ୍ୱିତୀୟ ଟି-୨୦ ଜୁଲାଇ ୨୮ରେ ଓ ତୃତୀୟ ଟି-୨୦ ଜୁଲାଇ ୩୦ରେ ଖେଳାଯିବ । ଅନ୍ୟପକ୍ଷରେ ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ ଅଗଷ୍ଟ ୨ରୁ ଆରମ୍ଭ ହେବ । ଦ୍ୱିତୀୟ ଦିନିକିଆ ଅଗଷ୍ଟ ୪ରେ ଓ ତୃତୀୟ ଦିନିକିଆ ଅଗଷ୍ଟ ୭ ତାରିଖରେ ଖେଳାଯିବ ।

ସମସ୍ତ ଟି-୨୦ ମ୍ୟାଚ ପଲ୍ଲେକେଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଓ ସମସ୍ତ ଦିନିକଆ ମ୍ୟାଚ ଆର. ପ୍ରେମଦାସ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ସୂଚନାଯୋଗ୍ୟ ଯେ, ନିକଟରେ ଟି-୨୦ ବିଶ୍ୱକପରେ ବିଜୟୀ ହେବା ପରେ ଭାରତ ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ୍ ଖେଳିଥିଲା । ଏହାପରେ ଶ୍ରୀଲଙ୍କା ବିପକ୍ଷରେ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ତେଣୁ ଏବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ର ଅଧିନାୟକ ଦାୟିତ୍ୱ ଦିଆଯାଇପାରେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି । ସେହିପରି ୱିକେଟକିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଦିନିକିଆ କ୍ରିକେଟର ଦାୟିତ୍ୱ ସମ୍ଭାଳି ପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.