fbpx

ଦେଶରେ କରୋନା ମୃତ୍ୟୁସଂଖ୍ୟାକୁ ନେଇ ବଡ ଖୁଲାସା! ବର୍ତ୍ତମାନ ସୁଦ୍ଧା ୫ରୁ ୭ ଗୁଣ ଅଧିକ ଜୀବନ ହରାଇଥିବା ଦାବି, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ମୃତ୍ୟୁ ସଂଖ୍ୟା ଉପରେ ପ୍ରଶ୍ନ ଉଠୁଛି । ଅନ୍ତର୍ଜାତୀୟ ପତ୍ରିକା ‘ଦି ଇକୋନୋମିକ୍ଟ’ରେ ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ବଡ ଖୁଲାସା ହୋଇଛି । ପତ୍ରିକରେ କୁହାଯାଇଛି ଯେ, ଭାରତରେ ମୃତ୍ୟୁସଂଖ୍ୟା ୫ରୁ ୭ ଗୁଣ ଅଧିକ ହୋଇପାରେ । ଆମେରିକାର ଭର୍ଜିନିଆ କମନୱେଲ୍ଥ ବିଶ୍ୱବିଦ୍ୟାଳୟର କ୍ରିଷ୍ଟୋରଫର ଲେଫଲର ରିସର୍ଚ୍ଚରେ କୁହାଯାଇଛି ଯେ, ଭାରତରେ କରୋନାରେ ଯେତିକି ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି, ପ୍ରକୃତରେ ତାଠାରୁ ୫ରୁ ୭ ଗୁଣ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

କ୍ରିଷ୍ଟ୍ରୋଫର ଲେଫଲରର ରିସର୍ଚ୍ଚ ଅନୁସାରେ, ଭାରତରେ କରୋନା ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷରୁ ଅଧିକ ରହିଛି । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାେରେ ଦେଶରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୭୪ ହଜାର ୩୦୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ବି ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠିଥିଲା ।

ଅନ୍ୟପଟେ ତ୍ରିକା ‘ଦି ଇକୋନୋମିକ୍ଟ’ ରିପୋର୍ଟକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ସେ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ, ଏକ ଅନ୍ତର୍ଜାତୀୟ ପତ୍ରିକା ଦ୍ୱାରା ଦାବି ହେଉଛି କି ସରକାରୀ ଆକଳନ ଅପେକ୍ଷା ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫ରୁ ୭ ଗୁଣ ଅଧିକ ରହିଛି, ଯାହାକି ସମ୍ପୂର୍ଣ୍ଣ ଭାବେ ଭୁଲ । ପତ୍ରିକାରେ ଯେଉଁ ଅଧ୍ୟୟନକୁ ଆଧାରରେ ଭାବେ ନିଆଯାଇଛ. ତାହା କୌଣସି ଦେଶ ବା ଅଞ୍ଚଳର ମୃତ୍ୟୁ ହାର ନିର୍ଣ୍ଣୟ କରିବାକୁ ବୈଧ ଟୁଲ ନୁହେଁ ।’

ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୯୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୪ ହଜାର ୩୦୫କୁ ବୃଦ୍ଧି ପାଇଛି । ଦିନକରେ ୭୦ ହଜାର ୪୨୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦କୁ ବୃଦ୍ଧି ପାଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୩ ହଜାର ୧୫୮ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୮୧ ଲକ୍ଷ ୬୨ ହଜାର ୯୪୭ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୫ କୋଟି ୪୮ ଲକ୍ଷ ୪୯ ହଜାର ୩୦୧ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.