fbpx

ଯେସାକୁ ତେସା ! ଚୀନ ନାଗରିକଙ୍କ ପାଇଁ ପର୍ଯ୍ୟଟକ ଭିସା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: ଚୀନକୁ ଝଟକା ଦେଲା ଭାରତ। ଆଉ ଆପଣେଇଲା ଯେସାତକୁ ତେସା ନୀତି। ଏବେ ଡ୍ରାଗନ ମୁହଁରେ ବାଜିଲା ଶକ୍ତ ଚାପୁଡା। ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଫେରିବାକୁ ଅନୁମତି ନଦେବାରୁ ଭାରତ ଏବେ ଚୀନର ପର୍ଯ୍ୟଟକଙ୍କ ପାଇଁ ଭିସା ରଦ୍ଦ କରି ଦେଇଛି। ବୈଶ୍ଵିକ ଏୟାରଲାଇନ୍ସ ପ୍ରାଧିକରଣ(IATA) କହିଛି ଯେ, ଭାରତ ଦ୍ଵାରା ଚୀନ ନାଗରିକଙ୍କୁ ଜାରି କରାଯାଇଥିବା ପର୍ଯ୍ୟଟକ ଭିସା ଏବେ ବୈଧ୍ୟ ନୁହେଁ।

ଉଚ୍ଛ ପଦସ୍ଥ ଅଧିକାରୀ କହିଛନ୍ତି, ଭାରତ ଏବେ ମଧ୍ୟ ଚୀନ ନାଗରିକଙ୍କୁ କାରବାର, ରୋଜଗାର, କୂଟନୈତିକ ଏବଂ ଅଧିକାରିକ ଭିସା ପ୍ରଦାନ କରୁଛୁ। ତେବେ ଚୀନ ଭାରତୀୟ ଛାତ୍ରଙ୍କୁ ନିଜ ଦେଶକୁ ଫେରିବାକୁ ଅନୁମତି ନଦେବାରୁ ଭାରତ ଏବେ ଚୀନ ପର୍ଯ୍ୟଟକଙ୍କ ଭିସା ରଦ୍ଦ କରି ଦେଇଛି।

ଏହି ସବୁ ଛାତ୍ର କୋଭିଡ୍ କାରଣରୁ ସ୍ଵଦେଶ ଫେରିଥିଲେ ଏବଂ ଏବେ ପାଠପଢା ପୂରା କରିବା ପାଇଁ ଚୀନଠୁ ଅନୁମତି ମାଗିବାରୁ ସେମାନଙ୍କୁ ପ୍ରତୀକ୍ଷା ତାଲିକାରେ ରଖି ଦିଆଯାଇଛି। ଅନ୍ୟପଟେ ଚୀନ ଥାଇଲାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କାର ଛାତ୍ରଙ୍କୁ ନିଜ ଦେଶକୁ ଫେରିବାକୁ ଅନୁମତି ଦେଇଛି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତ ମାସରେ ଭାରତ ଗସ୍ତରେ ଆସିଥିବା ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିଲେ। ହେଲେ ବେଜିଂ ଅଦ୍ୟାବଧି କୌଣସି ଉତ୍ତର ଦେଇ ନାହିଁ। ଫଳରେ ଭାରତ ଏବେ ଚୀନ ପର୍ଯ୍ୟଟକଙ୍କ ଭିସା ବାତିଲ୍ କରି ଦେଇଛି। ସୂଚନାଯୋଗ୍ୟ, ୟୁକେ ଏବଂ କାନାଡା ସେହି ଦେଶ ତାଲିକାରେ ସାମିଲ୍, ଯେଉଁମାନଙ୍କ ନାଗରିକ ଇ-ପର୍ଯ୍ୟଟକ ଭିସାରେ ଭାରତ ଆସି ପାରିବେ ନାହିଁ।

Get real time updates directly on you device, subscribe now.