ଭାରତ ଆୟୋଜନ କରିବାକୁ ଯାଉଛି ପ୍ରଥମ ଖୋ-ଖୋ ବିଶ୍ୱକପ୍; ଏହି ଦିନ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଭାରତ ଆୟୋଜନ କରିବାକୁ ଯାଉଛି ପ୍ରଥମ ଖୋ-ଖୋ ବିଶ୍ୱକପ୍ । ଖୋ-ଖୋ ଫେଡେରେଶନ ଅଫ୍ ଇଣ୍ଡିଆର ସଭାପତି ଡ. ସୁଧାଂଶୁ ମିତ୍ତଲ ବୁଧବାର ଘୋଷଣା କରିଛନ୍ତି ଯେ ଭାରତ ପ୍ରଥମ ଖୋ-ଖୋ ବିଶ୍ୱକପ୍ ଆୟୋଜନ କରିବ । ସେ କହିଛନ୍ତି, ମୁଁ ଗର୍ବିତ ଭାବେ ଘୋଷଣା କରୁଛି ଯେ ଭାରତ ପ୍ରଥମ ଖୋ-ଖୋ ବିଶ୍ୱକପ୍ ଆୟୋଜନ କରିବ, ଯାହା କି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରହିବ ।

ଆସନ୍ତା ବର୍ଷ ଜାନୁଆରି ୧୩ରୁ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହି ପ୍ରତିଯୋଗିତାରେ ୬ଟି ମହାଦେଶର ୨୪ଟି ଦେଶ ଅଂଶଗ୍ରହଣ କରିବେ ବୋଲି ସୁଧାଂଶୁ ମିତ୍ତଲ ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାକିସ୍ତାନ, ଇରାନ ଏବଂ ଅନ୍ୟାନ୍ୟ ଦେଶ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ, ଯାହା ଫଳରେ ଏହି ଟୁର୍ଣ୍ଣାମେଣ୍ଟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ଏବଂ ଉତ୍ତମ ଫଳାଫଳ ମିଳିବ ।

Get real time updates directly on you device, subscribe now.